କୁଆଡେ ଗଲା ଟଙ୍କା ସବୁ ? ଖାଇଲା କିଏ ?

ପୂର୍ବ ସରକାରରେ ଚର୍ଚ୍ଚା ହେଉଥିଲା ବଗପାଟିଆ ଅଞ୍ଚଳର ଉର୍ନତି ହିଁ ସରକାରଙ୍କ ବଡ଼ ଲକ୍ଷ । କିନ୍ତୁ ଦଳର କିଛି ଅସାଧୁ କର୍ମଚାରୀ ଏବଂ କଣ୍ଟ୍ରାକ୍ଟର ଏହି ଅଞ୍ଚଳର ଉର୍ନତି କୁ ଦୁର୍ନୀତିରେ ପରିଣତ କରିଛନ୍ତି । ୨୦୨୦ ମସିହାରେ ବଗପାଟିଆ ମା ପଞ୍ଚୁ ବରାହୀ ନିକଟରେ ହୋଇଥିବା ବିଜୁ ଉଦ୍ୟାନ ପାଇଁ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ,ସେହି ଟଙ୍କାକୁ କଣ୍ଟ୍ରାକ୍ଟର,ମନ୍ତ୍ରୀ ଯନ୍ତ୍ରୀ ଓ ଠିକାଦାର ମାନେ ମିଶି ସଠିକ ଢଙ୍ଗରେ କାମ ନକରି ସବୁକିଛି ହରିଲୁଟ୍ କରିନେଲେ । ଏବେ ଏହି ଉଦ୍ୟାନ ପାଲଟିଛି ଛେଳି ଗୋରୁ ମଇଁଷିଙ୍କ ଚରିବା ସ୍ଥାନ ।ଚାରିପଟୁ ମୁକୁଳା ହୋଇ ପଡିରହିଛି ଉକ୍ତ ଉଦ୍ୟାନ ଟି । ଖାଲି ସେତିକି ନୁହେଁ ଏହି ଉଦ୍ୟାନ ପାଇଁ ଆସିଥିବା ମ୍ୟାଟ୍ରିଆଲ ଟଙ୍କା ମଧ୍ୟ ବାବୁମାନଙ୍କ ପକେଟ୍ରେ ।ଏହି ଉଦ୍ଯାନଟିକୁ ଦେଖିଲେ ଆପଣମାନେ ବି କହିବେ ସତରେ କଣ ଏଥିରେ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ବ୍ୟୟ ହୋଇଛି ?

ଇଏ ହେଉଛି ବଗପାଟିଆ ବିଜୁ ଉଦ୍ୟାନରେ ହୋଇଥିବା ଦୁର୍ନୀତି କଥା । କିନ୍ତୁ ଆଦର୍ଶ କଲନି ନାଁରେ ହୋଇଥିବା ଦୁର୍ନୀତି ସବୁ ସୀମା ପାର କରିଯାଇଛି । ଚଳିତ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସର୍ବେସର୍ବା ବୋଲାଉଥିବା ଭିକେ ପାଣ୍ଡିଆନ ବଗପାଟିଆ ଗସ୍ତରେ ଆସି ଆଦର୍ଶ କଲୋନି କରିବା ପାଇଁ ୨୩ କୋଟି ଟଙ୍କାର ଅନୁଦାନ କରିଥିଲେ , ବର୍ତ୍ତମାନ ସେହି୨୩ କୋଟି ଟଙ୍କାରୁ ଦଶ କୋଟି ଟଙ୍କା ଡ୍ରେନେଜ ଓ ଅନ୍ୟ କାର୍ଯ୍ୟ ପାଇଁ ବ୍ୟୟ ହୋଇସାରିଥିବା ବେଳେ ଆଉ ୧୩ କୋଟି ଟଙ୍କା ପଡି ରହିଛି , କିନ୍ତୁ ବଗପାଟିଆବାସୀଙ୍କର ଏପର୍ଯ୍ୟନ୍ତ ସେହି୨୩ କୋଟି ଟଙ୍କାରେ କୌଣସି ଉର୍ନତି ହୋଇନାହିଁ । ଏବେବି ବଗପାଟିଆବାସୀ ବିକାଶ ଠାରୁ ବହୁ ଦୂରରେ ଅଛନ୍ତି। ପୂର୍ବ ବିଜେଡି ସରକାରଙ୍କ ଏହି ଅଞ୍ଚଳକୁ ରୋଲ ମଡେଲ କରିବାର ଲକ୍ଷ କେବଳ ଲକ୍ଷରେ ହିଁ ରହିଗଲା । ବିକାଶ ନାଁରେ ବିଜେଡିର ନେତା ମନ୍ତ୍ରୀ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର କରିଛନ୍ତି ଦୁର୍ନୀତି । ସବୁଠାରୁ ବଡ ପ୍ରଶ୍ନ ହେଲା ବର୍ତ୍ତମାନର ସରକାର ଏହି ଅଞ୍ଚଳଅଧିବାସୀ ଉର୍ନତି ନାମରେ ହୋଇଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ତଦନ୍ତ କରିବେ ନା ଏହାକୁ ଛାଡି ଦେବେ ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *