ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଦୋଳଗୋବିନ୍ଦ ସାହୁଙ୍କ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ କ୍ଷିରୋଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଜିତେନ୍ଦ୍ର ସାହୁ, ମୋତିଲାଲ ବେହେରା, ଖେଳ ଶିକ୍ଷକ ହୃଷୀକେଶ ଗିରି, ଅଧ୍ୟାପିକା ଭୂମିସୂତା ମେହେର, ଅନୁପମା ବେହେରା, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦାୟୀ କିରାଣୀଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ, ସମୟାନୁବର୍ତିତା, କର୍ମ ନିଷ୍ଠା ଓ ଅନୁଷ୍ଠାନର ଜଣେ ଅନ୍ୟତମ ପ୍ରତିଷ୍ଠାତା ଭାବରେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିବା ପ୍ରକାଶ କରିଥିଲେ ।

କୃଷ୍ଣ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୂର୍ବତନ ଛାତ୍ର ତଥା ସାମ୍ବାଦିକ ଝସକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୋଳଗୋବିନ୍ଦ ସାହୁ ୧୯୯୩ ରୁ ୨୦୨୫ ଦୀର୍ଘ ୩୨ ବର୍ଷ ତାଲପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ଏହି ଅବସରରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ତାଙ୍କୁ ମହାବିଦ୍ୟାଳୟ ରୁ ଏକ ବିରାଟ ପଟୁଆରରେ ନାଚ ଗୀତ କରି ଗ୍ରାମ ପରିକ୍ରମା କରିଥିଲେ ।