କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ଜଙ୍ଗଲ ରେ ହାତୀ ଙ୍କ ମନୋରମ ଜଳକ୍ରୀଡା ଦେଖିବାକୁ ମିଳିଛି ।ଗତ କିଛି ଦିନ ଧରି ୪୨ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକା ପ୍ରସାଦ ରିଜର୍ଭ ଜଙ୍ଗଲ ରେ ଆଡ୍ଡା ଜମାଇ ଥିବା ବେଳେ ହାତୀ ପଲ ନିକଟସ୍ଥ ଗାଁ ଓ ଜଙ୍ଗଲ ରେ ବୁଲୁଛନ୍ତି ।ତେବେ ଏହି ହାତୀ ମାନଙ୍କ ମଧ୍ୟରେ ମାଇହାତି ୧୮, ଦନ୍ତା ୧୧ ଓ ଛୁଆ ହାତୀ ୧୩ ଟି ଥିବା ସୂଚନା ମିଳିଛି । ହାତୀପଲ ଙ୍କୁ ଘଉଡେଇବା ପାଇଁ ବନବିଭାଗ ନାକେଦମ ହେଲେଣି ।ତେବେ ଏହାରି ଭିତରେ ଗତକାଲି ଜଙ୍ଗଲ ଭିତରେ ଥିବା ଏକ ପୋଖରୀ ରେ ହାତୀମାନଙ୍କର ଜଳକ୍ରୀଡା ଦେଖିବାକୁ ମିଳିଛି ।