କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

ଆସନ୍ତା କଲି କଟକ ବାରବାଟୀ ଷ୍ଟାଡିୟମ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ T-20 ମ୍ୟାଚ । ସେଥିପାଇଁ ଜୋରସୋରେ ଚାଲିଛି ପ୍ରସ୍ତୁତି ।ଶୁକ୍ରବାର ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଗତକଲି ଭୁବନେଶ୍ଵରରେ ପହଞ୍ଚିଥିଲେ ଭାରତୀୟ ଟିମ୍ ।ସେମାନଙ୍କ ରହଣୀ ପାଇଁ ହୋଟେଲ ମେ ଫେୟାରରେ ବ୍ୟବସ୍ଥା କରାଯାଇଛି ।ଖେଳାଳିଙ୍କୁ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ସ୍ଵାଗତ କରାଯାଇଥିଲା ।

କାଲିର ମ୍ୟାଚ ପାଇଁ ଆଜି ଉଭୟ ଟିମ ଷ୍ଟାଡିୟମ ଆସି ରେ ନେଟ୍ ପ୍ରାକ୍ଟିସ କରିବେ। ନେଟ୍ ପ୍ରାକ୍ଟିସ କିପରି ସୁରୁଖୁରୁରେ ହେବା ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯାଇଛି । ଆଜି ଦର୍ଶକଙ୍କ ପାଇଁ ବିନା ଶୁଳ୍କରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିପାରିବାର ସୁବର୍ଣ୍ଣ ସୁଯୋଗ ଅଛି । ଦର୍ଶକ କିପରି ଶୃଙ୍ଖଳିତ ଭାବେ ଦେଖିପାରିବେ ,ଏଥିପାଇଁ ମଧ୍ୟ ପ୍ରଶାସନ ତରଫରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ନେଟ୍ ପ୍ରାକ୍ଟିସ ପାଇଁ ଦିନ ୧ଟା ବେଳେ ଟିମ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚି ଦିନ ୧ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ତାପରେ ଦକ୍ଷିଣ ଆଫ୍ରିକା ୫ ତା ୩୦ ରୁ ୮ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି କ୍ରିକେଟ ଆସୋସିଏସନ ସୂଚନା ଦେଇଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ୨-୦ ରେ ବିଜୟ ହୋଇଥିଲା ପରେ ଭାରତ ୨-୧ ବିଜୟ ହୋଇ ପ୍ରତିଶୋଧ ନେଇଥିଲା କଟକ ରେ ପ୍ରଥମ ମ୍ୟାଚ ଖେଳାଯିବା ପରବର୍ତ୍ତୀ ସମୟରେ ଚାରିଟି ମ୍ୟାଚ ଖେଳାଯିବ ।