କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଓ ଛୁରାମାଡ଼ ଅଭିଯୋଗ

ଯାଜପୁର ବିଂଝାରପୁରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ। ଅଭିଯୁକ୍ତ ଆକ୍ରମଣକାରୀ ଅଭୟ କୁମାର ବେହେରାକୁ ଅଟକ ରଖିଛି ବିଂଝାରପୁର ପୋଲିସ । ବିଂଝାରପୁର ଅଂଚଳର ଯୁବ ସାମ୍ବାଦିକ ଶଙ୍କର୍ଷଣ ସାମଲ ଖବର ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ବିଦ୍ୟୁତ ସବଷ୍ଟେସନ ନିକଟରେ ଜଣେ ମଟର ସାଇକଲ ଓ ଜଣେ ସାଇକଲ ଆରୋହୀଙ୍କ ମଧ୍ୟ୍ୟରେ ଚାଲିଥିବା ବଚସାକୁ ମୋବାଇଲରେ କଏଦ କରିବାକୁ ଚେଷ୍ଟା କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ନେଇ ଆକ୍ରମଣର ଶୀକାର ହୋଇଥିବା ସାମ୍ବାଦିକ କହିଛନ୍ତି ।

ତେବେ ଆକ୍ରମଣରେ ସାମ୍ବାଦିକ ସାମଲଙ୍କ ଡାହାଣ ହାତରେ ଗଭୀର କ୍ଷତ ହୋଇଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖି ପଚାଉଚରା ଜାରି ରଖିଛି। ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ କରାଯାଇଛି।

Leave a Reply

Your email address will not be published. Required fields are marked *