କାର୍‌କୁ ଧକ୍କା ଦେଲା ଟ୍ରକ; ୨ ମୃତ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ଟାଟା ମୋଟର୍ସ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେବାରୁ ଡିଏସପିଙ୍କ ସମେତ 2 ଜଣଙ୍କର ମୃତ୍ୟୁ ହୋଇଛି | ଦୁର୍ଘଟଣାରେ ଯାଜପୁର ଜିଲ୍ଲାର ଡିଏସପି ବଳରାମ ନାୟକ ନିଜର ସମ୍ପର୍କୀୟଙ୍କ ସହ ଏକ ଅଲ୍ଟୋ କାର ଯୋଗେ ଯାଜପୁର ରୋଡରୁ ପାଣିକୋଇଲି ଅଭିମୁଖେ ଆସୁଥିବା ବେଳେ ଟାଟା ମୋଟର୍ସ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସାମ୍ନା ପଟରୁ ଧକ୍କା ଦେଇଥିଲା |

ତୁରନ୍ତ ଶ୍ରୀ ନାୟକଙ୍କ ସହ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିବା ଖବରପାଇ ପାଣିକୋଇଲି ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ ର ସଦସ୍ୟ ପହଞ୍ଚି ପୋଲିସ ପ୍ରଶାସନ ସହ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ଦୁହିଁକୁ ମୃତ ଘୋଷଣା କରିଥିବା ଜଣାପଡିଛି |

ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା | ପାଣିକୋଇଲି ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଥିଲେ |

Leave a Reply

Your email address will not be published. Required fields are marked *