କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ଏନ୍ଏସି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି | ଏନେଇ ୫ ଜଣ କାଉନସିଲର କିଛିଦିନ ତଳେ ଜିଲ୍ଲାପାଳ ଓ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କଂସେଇଖାନା ଓ କିଛି ରାସ୍ତା ରେ ପଡ଼ିଥିବା ପେପରବ୍ଲକ କୁ ନିମ୍ନ ମାନର ଓ ଉନ୍ନତି ମୂଳକ କାମରେ ଟେଣ୍ଡର ଫିକ୍ସି ଉପରେ କାଉନସିଲର ମାନେ ଅଭିଯୋଗ କରିଛନ୍ତି ।

ଏହି ବିଷୟରେ ଆମେ ଦୁର୍ନୀତି ଅଭିଯୋଗ ବିଷୟରେ କେସିଙ୍ଗା ନଗରପାଲ ନୃପରାଜ ଯାଦବ ଙ୍କୁ ପଚାରିବାରୁ ସେ ଅଭିଯୋଗ ଆଣି ପ୍ରେସ ବିଜ୍ଞପ୍ତି ଦେଇଥିବା ୩ନଂ ୱାର୍ଡ କାଉନସିଲର ରୋହିତ ଜୈନ, ୧ନଂ ୱାର୍ଡ କାଉନସିଲର ମଞ୍ଜୁଳା ସାହୁ, ୫ନଂ ୱାର୍ଡ ମଞ୍ଜୁ ମାଝୀ, ୧୧ନଂ ୱାର୍ଡ କାଉନସିଲର ରମାକାନ୍ତ ଜେନା | ଏହି ୪ ଜଣ ୱାର୍ଡ କାଉନସିଲର ଙ୍କ ଉପରେ ପାଲଟା ପିସି କାରବାର ପାଇଁ ନାଟ କରୁଛନ୍ତି କହି ଅଭିଯୋଗ କୁ ଖଣ୍ଡନ କରିଥିଲେ । ଏବଂ ଆମ ପାଖରେ ୱାର୍ଡ ମେମ୍ବର ମାନଙ୍କର ପିସି କଥାବାର୍ତ୍ତା ର ଅଡିଓ କଲ ଅଛି ଦରକାର ପଡିଲେ ସାର୍ବଜନୀନ କରିବା ସହିତ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଥିଲେ |

ନଗର ପାଳ ଶ୍ରୀ ଯାଦବ ଦୃଢ଼ ପ୍ରକାଶ କରିବା ସହିତ ମୋତେ ଅଧ୍ୟକ୍ଷ ପଦରୁ ତଡିବା ପାଇଁ ଅନାସ୍ଥା ଆଣିବା ରେ ବିଫଳ ହୋଇଥିବାରୁ ବର୍ତ୍ତମାନ ମୋତେ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବଦନାମ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ନିଜ ପ୍ରତିକ୍ରିୟାରେ ରେ ପ୍ରକାଶ କରିଥିଲେ । ସେହିପରି କେସିଙ୍ଗା ର ହିତ ପାଇଁ ମୁଁ ଯେ କୌଣସି ତଦନ୍ତ ର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ବୋଲି କହିଥିଲେ ।