
ଗଡ୍ରେ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କମ୍ପାନୀ ସପକ୍ଷରେ ବାହାରିଲେ ଶତାଧିକ ଗ୍ରାମବାସୀ। ବାଲେଶ୍ୱର ରେମୁଣା ତୁଣ୍ଡୁରାରେ ଗଡ୍ରେ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ଗଢି ଉଠିଥିଲା। କମ୍ପାନୀ ମାଛଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି। ଏଥିରେ ସ୍ଥାନୀୟ ଅଞ୍ଚଳର ୨୦୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ କିଛି ମୁଷ୍ଟିମେୟ ଦୁଷ୍ଟ ବୁଦ୍ଧିର ଲୋକେ କମ୍ପାନୀ ବିରୋଧରେ ଆଣିଛନ୍ତି ମିଛ ଅଭିଯୋଗ। କମ୍ପାନୀରୁ ବାହାରୁଥିବା ବିଷାକ୍ତ ପାଣି ଓ ଦୁର୍ଗନ୍ଧମୟ ପରିବେଶ ନଷ୍ଟ କରୁଛି ଓ ଲୋକେ ନାନା ରୋଗରେ ପୀଡିତ ହେବା ସହ ହଇରାଣ ହରକର ହେଉଛନ୍ତି। ତେଣୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରି କମ୍ପାନୀ ବନ୍ଦ କରିବାକୁ ଦାବି ଆଣିଥିଲେ। ଯାହାକୁ ବିରୋଧ କରୁଛନ୍ତି କମ୍ପାନୀରେ ନିଯୁକ୍ତ ଶତାଧିକ କର୍ମଚାରୀ। କମ୍ପାନୀ ବନ୍ଦ କରିବାକୁ ଏକ ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସେମାନଙ୍କ ଯୁକ୍ତି କମ୍ପାନୀ ଚାଲିଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବ। ଲୋକଙ୍କ ରୋଜଗାର ବଢିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ତେଣୁ ତୁରନ୍ତ କମ୍ପାନୀକୁ ପୂର୍ବବତ୍ କାର୍ଯ୍ଯକ୍ଷମ ରଖିବାକୁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି।