ଭୁବନେଶ୍ୱର: ୧୯୮୩ ବିଶ୍ବକପ ବିଜୟୀ ଭାରତୀୟ ଅଲରାଉଣ୍ଡର୍ କପିଳ ଦେବ ପାକିସ୍ତାନ କ୍ରିକେଟ୍ ଦଳକୁ ସମାଲୋଚନା କରିଛନ୍ତି | ତାଙ୍କ କହିବା ଅନୁସାରେ, ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ମନାକରିବା ପାକିସ୍ତାନର ଏହି ପଦକ୍ଷେପ କ୍ରିକେଟ୍କୁ ତଳିତଳାନ୍ତ କରିପାରେ ଓ ଏହା ମଧ୍ୟ ଖେଳକୁ ନଷ୍ଟ କରିବ |

କପିଳ ଦେବ କହିଛନ୍ତି, ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି? ଯଦି ଖେଳାଳିମାନେ ନେଇଛନ୍ତି, ତେବେ ସେମାନେ ସ୍ପଷ୍ଟ ଭାବରେ କହିବା ଉଚିତ | କିନ୍ତୁ ବୋର୍ଡ ଏହାକୁ ଖେଳାଳିମାନଙ୍କ ଅସ୍ତିତ୍ୱର ଉପରେ ଲାଗୁ କରିବେ, ତେବେ ଦେଶର ସମ୍ମାନ ପ୍ରଭାବିତ ହେବ |
ସେ ଆହୁରି ମଧ୍ୟ କହିଛନ୍ତି ,ଏହି ପଦକ୍ଷେପ ଦ୍ୱାରା ଗୋଟିଏ ପିଢିକୁ ନଷ୍ଟ କରାଯାଉଛି | ପାକିସ୍ତାନକୁ ଅନେକ ମହାନ ଖେଳାଳି ମିଳିଛନ୍ତି, କିନ୍ତୁ ପିଲାମାନଙ୍କୁ ଖେଳିବାକୁ ଦିଆନଯିବା ସହିତ ଖେଳର ପରମ୍ପରା ଓ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ ପହଞ୍ଚାଉଛନ୍ତି |