କନ୍ଧମାଳ: ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ

କେଉଁଠି ଡିଜେ ବଜାଇ ବିସର୍ଜନ ହେଉଛି, ତ କେଉଁଠି ପାରମ୍ପରିକ ବାଦ୍ୟ ବଜାଇ, ଆଉ କେଉଁଠି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା ଗଜଲକ୍ଷ୍ମୀଙ୍କ ବିସର୍ଜନ ହେଉଛି କନ୍ଧମାଳ ଜିଲ୍ଲାରେ। ଟ୍ରକରେ ମାଆଙ୍କ ମୁଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ ଆଗେଇ ଯାଉଥିବା ବେଳେ ପୂଜା ମଣ୍ଡପର କର୍ମକର୍ତ୍ତା ବିଭିନ୍ନ ବାଦ୍ୟଯନ୍ତ୍ର, ଡିଜେ ବଜେଇ ମାଆଙ୍କ ଆଗ ଓ ପଛରେ ଭକ୍ତି ଭାବରେ ଚାଲିଛନ୍ତି। ଏକ ସୁସ୍ଥ, ଶୃଙ୍ଖଳିତ ବାତାବରଣ ଭିତରେ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା ସହ ନଗର ପରିକ୍ରମା କରାଯାଇଛି। ହିନ୍ଦୁ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦେଖାଇଛନ୍ତି ପଦାସାହି ବାସିନ୍ଦା । ପ୍ରତ୍ୟେକ ପୂଜା ଶେଷରେ ବିଭିନ୍ନ ପ୍ରକାରର ବିକଟାଳ ବାଜା ଡି.ଜେ ସହ ଅଶ୍ଳୀଳ ନୃତ୍ୟ ଏବଂ ମଦ୍ୟପାନ କରି ମୂର୍ତ୍ତି ବିସର୍ଜନ କରାଯାଇଛି।

ଏଥିପାଇଁ ସହରରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହିପରି ସଂସ୍କୃତି ସମ୍ପନ୍ନ ବିସର୍ଜନ ବ୍ୟବସ୍ଥାକୁ ଅଞ୍ଚଳ ବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେହିପରି ବରାଲିନି ବଜାର କମିଟି ପକ୍ଷରୁ ମଧ୍ୟ ଜାକଜମକରେ ବିସର୍ଜନ ହେଉଅଛି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଟିମ୍ ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି ଏହି କାର୍ଯ୍ୟକ୍ରମରେ। ବିସର୍ଜନ ଦେଖିବାକୁ ମଧ୍ୟ ରାସ୍ତା କଡରେ ଅନେକ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *