କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଆଜି ସ୍ୱାୟତ୍ତ ଶାସନ ଦିବସ | ଏହି ଅବସରରେ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।

ପରେ ଛାତ୍ର ଛାତ୍ରୀ ଓ ସମସ୍ତ ପରିଷଦ ବର୍ଗର ସଭ୍ୟ ମାନେ ମିଳିତ ଭାବେ ସହର ପରିକ୍ରମା କରି ମହାତ୍ମା ଗାନ୍ଧୀ, ବୀର ଚକରା ବିଷୋୟୀ,ସହିଦ ବାବୃବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ସାହୁ, ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କର୍ମଚାରୀ , କାଉନସିଲର ମାନେ ଉପସ୍ଥିତ ରହିଥିଲେ ।