କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

କଳିଙ୍ଗାଘାଟିରେ ବସ ଦୁର୍ଘଟଣା | ଯାତ୍ରୀବାହୀ ବସ ଓଲଟି ଜଣେ ଗୁରୁତର,ତିନି ଆହତ | ସୂଚନା ଅନୁଯାୟୀ, ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା |

ଯାତ୍ରୀମାନେ ବସର ସାମ୍ନା ଓ ପଛ କାଚ ଭାଙ୍ଗି ବାହାରି ପଡିଥିଲେ | ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଜଣେ ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିବା ବେଳେ ଅନ୍ୟ ତିନି ଜଣ ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |