କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକଚି ପଞ୍ଚାୟତର କଣ୍ଢାଳ ଠାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଓମ୍ୟାନ ଚାଇଲଡ଼ ୟୁଥ ଡେଭଲପମେଣ୍ଟ ସ୦ସ୍ଥା ଓ କିଶୋରନଗର ପଞ୍ଚାୟତ ସମିତି ର ମିଳିତ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠି ରୁ ୫ କୋଟି ୩୦ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି।ଏହି ଅଵସରରେ ବିଡ଼ିଓ ସୁବ୍ରତ୍ତ କୁମାର ବେହେରା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବଦ୍ଧଲ ମ ଅଖତାର ଯୋଗଦେଇ ଏହି କେନ୍ଦ୍ର ନିର୍ମାଣ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ମଳ ଓ ଅଦରକାରୀ ପ୍ଲାଷ୍ଟିକ, ରୋଷେଇ ଘରେ ରହିଯାଉଥିବା ପନିପରିବା ଚୋପା କୁ ସ୦ଗ୍ରହ କରି ଏହି କେନ୍ଦ୍ର କୁ ଅଣାଯାଇ ଟ୍ରିଟମେଭ୍ଟ କରାଯିବା ର ବ୍ୟବସ୍ଥା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି।

ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ସରୋଜ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ ସ୍ଥାନୀୟ ସରପଞ୍ଚ ମନୋଜ ବାଘ,
ସମିତି ସଭ୍ୟା ଦ୍ରୈ।ପଦୀ ନାଏକ ,ସ୦ସ୍ଥାର ଅଧିକାରିଣୀ କସ୍ତୁରୀ ଜେଓ୍ବା ପ୍ରମୁଖ ଯୋଗଦେଇଥିଲେ।ସ୍ମୃତି ସୁଧା ମିଶ୍ର କାର୍ଯ୍ୟକ୍ରମ ସ୦ଯୋଜନା କରିଥିବାବେଳେ ବିମଳ ଦୁଭେ ଓ ଜିଲ୍ଲା ସାନିଟେସଳନ।ଏକ୍ସପୋର୍ଟ ଜ୍ୟୋସ୍ନାମୟ ପାଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।