ହସ୍ପିଟାଲରେ ଲୋକପ୍ରିୟ କଣ୍ଠଶିଳ୍ପୀ

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ଗୁରୁତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅସୁସ୍ଥ ଥିବା ଘଟଣା ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ପିଲାବେଳୁ ମୁଁ ଗୀତ ଗାଉଥିଲି। ସେଥିପାଇଁ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ମତେ ଗାଇବାର ସୁଯୋଗ ମିଳୁଥିଲା। ଭଲ ଗାଉଥିଲି ବୋଲି ସ୍କୁଲରେ ସାଙ୍ଗସାଥୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ କୋଇଲି ବୋଲି ଡାକୁଥିଲେ’’। ତେବେ ତାଙ୍କର ଅନେକ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି । ଶାନ୍ତିପ୍ରିୟାଙ୍କ ଏପରି ଅସୁସ୍ଥ ଖବର ପାଇ ସାରା ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି ।

Leave a Reply

Your email address will not be published. Required fields are marked *