ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ରେଙ୍ଗାଲି ଡ୍ୟାମ ରାସ୍ତା ହୃଦପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ହାଇଓ୍ବା ଟ୍ରକ | ଦେବଦୂତ ସାଜି ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ।
ସୂଚନା ଅନୁସାରେ, ବୁଡାପାଳ ରୁ ରେଙ୍ଗାଲି ଡ୍ୟାମ ଅଭିମୁଖେ ଆସୁଥିବା ଏକ ହାଇଓ୍ବା ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ଡ୍ରାଇଭର | ଡ୍ରାଇଭର ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ନରେନ୍ଦ୍ର କୁମାର ସାହୁ | ସେହିବାଟ ଦେଇ ସମାଜସେବୀ ନିଲେଶ ଯାଉଥିବା ବେଳେ ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଅଧିକ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଯୁବ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।