ଓରାଲ କ୍ୟାନସର ସର୍ଜିକାଲ ଡେ’ ସଚେତନତା ଶିବିର

ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡିଟୋରିୟମରେ ଓରାଲ କ୍ୟାନସର ସର୍ଜିକାଲ ଡେ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିଗାରେଟ୍, ବିଡ଼ି, ଗୁଡାଖୁ, ଗୁଟୁଖା ଓ ଖଇନି ହିଁ ଏହାର ମୂଖ୍ୟ କାରଣ, ତେଣୁ କିପରି ଏହି ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବେ ଓ କ୍ୟାନସରକୁ ପ୍ରାଥମିକ ସ୍ତରରେ କିପରି ଚିହ୍ନିପାରିବେ । ତୁରନ୍ତ କିପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ କ୍ରିଷ୍ଣା ବିକାଶ ମେଡ଼ିକାଲରେ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ସହ ସମସ୍ତ ରୋଗର ନିରାକରଣ ପାଇବାର ବ୍ୟବସ୍ଥା ରହିଥିବା ବେଳେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ଼ ଓ ସ୍ୱାସ୍ଥ୍ୟ ବୀମା ଧାରି ମାନେ ମଧ୍ୟ ଚିକିତ୍ସା ସେବା ପାଇପାରିବେ ବୋଲି ବିକାଶ ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି |

ସେହିପରି ଡ଼ାକ୍ତର ମଧ୍ୟ ସଚେତନତା ଅବଲମ୍ବନ କରିବାର କୌଶଳ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନେକ ରୋଗୀ ଓ ସଂପର୍କୀୟଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କ୍ରୀଷ୍ଣା ବିକାଶ ଗୃପର ଏମଡି ବିବେକ ଦଶାରୀଙ୍କ ସହିତ ମୁଖ୍ୟ ବକ୍ତା ଭାବେ ସେଭିକ୍ ଦାଶ କିଲ୍ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *