ଓଡିଶାର କାଶ୍ମୀରରେ ଇକୋ ରିଟ୍ରିଟ୍

ଶୀତ ଆସିଲେ କନ୍ଧମାଳର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ଏଠାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଅଧିକ ସୁଦୃଢ କରିବାକୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଚଳିତ ବର୍ଷର ଇକୋ ରିଟ୍ରିଟର ଶୁଭ ଉଦ୍ଘାଟନ କରିଥିବା ବେଳେ ଦାରିଙ୍ଗବାଡ଼ିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଏଥିରେ ରହିବା ପାଇଁ ଲଗ୍ଜୁରୀ ଟେଣ୍ଟ ସହ ବାହାର ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା କରାଯାଉଛି। ବିଜେଡି ମୁଖପାତ୍ର ଲେନୀନ ମହାନ୍ତି ଇକୋ ରିଟ୍ରିଟକୁ ନେଇ କହିଛନ୍ତି କି, ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ ହେଉଅଛି।ଏଥିରେ ଦାରିଙ୍ଗବାଡ଼ି ଅଞ୍ଚଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ। ଜିଲ୍ଲାପାଳ କହିଛନ୍ତି କି କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସୌନ୍ଦର୍ଯ୍ୟରେ ଭରପୁର। ସେଥି ମଧ୍ୟରୁ ଦାରିଙ୍ଗବାଡ଼ି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଭାବରେ ନଭେମ୍ବର୧ରୁ ଏହାକୁ ଆରମ୍ଭ କରାଯାଇଛି

ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏସ ପି ଶୁଭେନ୍ଦୁ କୁମାର ପାତ୍ର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *