ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ ପକ୍ଷରୁ ଗଣ ବିକ୍ଷୋଭ

ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ଧୂଆଁବାଣ । ଏ ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ନୁହେଁ , ପୁଞ୍ଜିପତିଙ୍କ ସ୍ଵାର୍ଥ ପାଇଁ ତତ୍ପର । ଏମିତି ସମାଲୋଚନା କରି ୮ଦଫା ଦାବି ନେଇ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ନିକଟରେ ଗଣ ବିକ୍ଷୋଭ କରିଛନ୍ତି ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ । ରାଜ୍ୟବ୍ୟାପି ଏପ୍ରିଲ ୧୭ ତାରିଖରୁ ରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଳକ କିମ୍ବା ତହସିଲ କାର୍ଯ୍ୟାଳୟ ନିକଟରେ ଏଭଳି ବିକ୍ଷୋଭ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ମନରେଗା ଯୋଜନାରେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି , ରାସନ କାର୍ଡରେ ଥିବା ଚାଉଳ ଓ ଗହମର ପରିମାଣ ବୃଦ୍ଧି, ଭୂମିହୀନଙ୍କୁ ଘରଡିହ, ଆବାସ ଯୋଜନାରେ ଅର୍ଥରାଶି ବୃଦ୍ଧି , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ ଟଙ୍କା , ୩୦୦ୟୁନିଟ ମାଗଣା ବିଜୁଳି ଆଦି ୮ ଦଫା ଦାବି ପୂରଣ କରିବା ପାଇଁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।