
ଲିପଷ୍ଟିକ୍ ମହିଳାଙ୍କ ସୌନ୍ଦର୍ଯ୍ୟରେ ଆଣି ଦେଇଥାଏ ଚମକ। ଏହା ବିନା ସେମାନଙ୍କର ମେକଅପ୍ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ।ହେଲେ ଆପଣ ଜାଣନ୍ତି କି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍ କେଉଁଟା?
ଲିପଷ୍ଟିକ୍ ହେଉଛି ମହିଳାମାନଙ୍କ ପାଇଁ ଅତ୍ୟାବଶ୍ୟକ ମେକଅପ୍ ସାମଗ୍ରୀରୁ ଗୋଟେ । ପ୍ରାୟ ପ୍ରତ୍ୟେକ ମହିଳା ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ଏହାକୁ ବ୍ୟବହାର କରନ୍ତି। ଯଦିଓ ଏକ ସାଧାରଣ ଲିପଷ୍ଟିକ୍ ର ମୂଲ୍ୟ ବହୁତ ଅଧିକ ନୁହେଁ, କିନ୍ତୁ କଳ୍ପନା କରନ୍ତୁ ଯଦି ଗୋଟେ ଲିପଷ୍ଟିକ୍ କୋଟି କୋଟି ଟଙ୍କାରେ ଉପଲବ୍ଧ ହୁଏ? ଶୁଣିକି ଆପଣଙ୍କୁ ନିଶ୍ଚୟ ଝଟକା ଲାଗିଥିବ, ଭାବୁଥିବେ ଯେ ଏଥିରେ ଏପରି କଣ ଅଛି ଯେ ଏହା ଏତେ ମହଙ୍ଗା। ଆସନ୍ତୁ ଜାଣିବା ଏହା ବିଷୟରେ…
ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକର ନାମ ହେଉଛି H. Couture Beauty Diamond, ଏହାର ମୂଲ୍ୟ ଶୁଣିଲେ ଆପଣଙ୍କ ମଧ୍ୟ ହୋସ ଉଡିଯିବ। ଆପଣ ଚିନ୍ତା କରିବେ ଯେ ମୁଁ ଏହି ମୂଲ୍ୟରେ ୨-୩ ଟି ବିଳାସପୂର୍ଣ୍ଣ ଫ୍ଲାଟ୍ କିଣିପାରିବି। ତେଣୁ ମହାଶୟ, ଏହି ମହଙ୍ଗା ଲିପଷ୍ଟିକର ମୂଲ୍ୟ ପ୍ରାୟ ୧୧୫ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୧୪ ନିୟୁତ ଡଲାର। ଏହା ମହଙ୍ଗା ହେବାର କାରଣ ହେଉଛି ଲିପଷ୍ଟିକ କେସ୍।
ଏହି କେସରେ ୧୨୦୦ ରୁ ଅଧିକ ଅସଲି ହୀରା ଖଚିତ ହୋଇଛି। ଏହା ବ୍ୟତୀତ, ଯଦି କେହି ଏହି ଲିପଷ୍ଟିକ୍ କିଣନ୍ତି, ତେବେ ଜୀବନବ୍ୟାପୀ ରିଫିଲ୍ ଏବଂ ସୌନ୍ଦର୍ଯ୍ୟ ସେବା ମଧ୍ୟ ମିଳିଥାଏ। ଯାହାର ଅର୍ଥ ହେଉଛି ଯଦି ଆପଣ ଥରେ ଲିପଷ୍ଟିକ୍ କିଣିନେବେ, ତେବେ ଏହା ସରିଗଲେ ଆପଣଙ୍କୁ ଆଉ କେବେ କିଣିବାକୁ ପଡିବ ନାହିଁ, ବରଂ ଆପଣ ଜୀବନସାରା ଏଥିରେ ରିଫିଲ୍ ସେବା ପାଇ ପାରିବେ।