କାହିଁକି ଏବଂ କିଏ କଲା ଗୁଳିମାଡ ଜାଣନ୍ତୁ ପୁରା ତଥ୍ୟ

ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଘଟଣା ପରେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।ସେ ତାଙ୍କ ପରିବାର ସହିତ ଗୁରୁଗ୍ରାମର ସେକ୍ଟର ୫୭ରେ ରୁହନ୍ତି। ଯେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା ସେତେବେଳେ ଏଲଭିଶ ଘରେ ଉପସ୍ଥିତ ନଥିଲେ। ଘଟଣା ଭୋ୍ର ସମୟରେ ଘଟିଥିବା କୁହାଯାଉଛି।ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ । ତଥାପି ଏହି ଘଟଣାକୁ ନେଇ ଏଲଭିଶଙ୍କ ପରିବାର ଓ ସ୍ଥାନୀୟ ଲୋକେ ବହୁତ ଭୟଭୀତ ଅଛନ୍ତି ।
ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳି ଚଳାଇଥିଲେ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଏଲଭିଶ ଯାଦବଙ୍କ ବାପା ରାମ ଅବତାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ରାମ ଅବତାର ଯାଦବ କହିଛନ୍ତି, “ସିସିଟିଭିରୁ ଜଣାପଡୁଛି ଯେ ୧୫ ରୁ ୨୦ ରାଉଣ୍ଡ ଗୁଳି ଫୁଟିଥିଲା। ମୁଁ ଉଠିବା ବେଳକୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆମେ ଘରର ତଳକୁ ଆସିବା ପରେ ଗୁଳିସବୁ ବିଛେଇ ହୋଇପଡ଼ିଥିବା ଦେଖି ଏଲଭିଶଙ୍କୁ ଏହି ଗୁଳିକାଣ୍ଡ ଘଟଣା ବିଷୟରେ ଜଣାଇଥିଲି। ସେ ପୁଲିସକୁ ସୂଚନା ଦେବାକୁ କହିଥିଲେ। ମୁଁ ଜାଣିନାହିଁ ଏହି ଭାଉ ଗ୍ୟାଙ୍ଗ କିଏ? ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ। ଯିଏ ଏହା କରିଛି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ। ତେବେ ଏହି ଗୁଳିକାଣ୍ଡ କାହିଁକି ଆମ ଘର ଉପରେ ହୋଇଛି।”ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।
ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ‘ଭାଉ ଗ୍ୟାଙ୍ଗ’ ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁର ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘରେ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନିଜର ଦାୟୀ କରିଛନ୍ତି। ରିଟୋଲିଆ ପୋଷ୍ଟରେ ଲେଖିଛନ୍ତି, “ଆଜି ଏଲଭିଶ ଯାଦବଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଆମ ଦ୍ୱାରା କରାଯାଇଥିଲା। ସେ ବେଟିଂ ଆପ୍ ପ୍ରଚାର କରି ଅନେକ ଘର ନଷ୍ଟ କରିଦେଇଛନ୍ତି। କେବଳ ଏଲଭିଶ ନୁହନ୍ତି ବେଟିଂ ଆପ ପ୍ରଚାର କରୁଥିବା ଅନ୍ୟ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ମଧ୍ୟ ଆଗାମୀ ଦିନରେ ଗୁଳି କିମ୍ବା କଲ୍ ସମ୍ମୁଖୀନ ହୋଇପାରନ୍ତି। ଏହା ଆମର ସେମାନଙ୍କୁ ଆଗୁଆ ଚେତାବନୀ ରହିଲା।” ଦେଖିବାକୁ ବାକି ରହିଲା ଏନେଇ ପୋଲିସ କଣ ପଦକ୍ଷେପ ନେଉଛି