ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏକ ବଡ଼ ଅଘଟଣ। ଆଇନ ଓର୍ ନେବାପାଇଁ ଆସିଥିବା ବାରବାଦୋସର ଏକ ଜାହାଜ ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଚିଫ୍ ଅଫିସର ଜଣଙ୍କ ଶ୍ରୀଲଙ୍କା ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ଆସେଲା ଆସଙ୍କା ମୋହନ (ASELA ASANKA MOHANA ) ।

ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟରେ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଜାହାଜଟି ଆଇରନ ଓର୍ ନେବାପାଇଁ MPB ବର୍ଥ ରେ ଲାଗିଛି । ଅଫିସର ଜଣଙ୍କ ଜାହାଜର ବିଭିନ୍ନ କାର୍ଯ୍ୟ ତଦାରଖ କରୁଥିବା ବେଳେ ହଠାତ୍ ତଳକୁ ଖସିପଡିଥିଲେ ଏବଂ ଅନ୍ୟ ଷ୍ଟାଫଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବନ୍ଦର ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ତାଙ୍କର ଅଣ୍ଟାରେ ଗଭୀର ଆଘାତ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯାଇଥିବା ସୂଚନା ମିଳିଛି।