
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ର କାଶିବୁଗ୍ଗା ମନ୍ଦିରରେ ଦଳାଚକଟା ଘଟି ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ଦୁଖଃଦ ଖବର ସାମ୍ନାକୁ ଆସିଛି । ଆଜି ଏକାଦଶୀରେ କାଶିବୁଗ୍ଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଫଳରେ ଭିଡ଼ ଅଧିକ ହୋଇଥିଲା ଯାହା ସୂଚନା ମିଳିଛି। ଏହି ଭିଡ଼ ସମୟରେ ହୋଇଥିଲା ଦଳାଚକଟା,ଯାହା ଫଳରେ ଚାଲିଗଲା ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଏବଂ ଅନେକ ଭକ୍ତ ଗୁରୁତର ହୋଇଛନ୍ତି ଆହତ ହୋଇଥିବା ଜଣାପଡ଼ିଛି।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଭକ୍ତଙ୍କ ମୃତ୍ୟୁକୁ “ହୃଦୟ ବିଦାରକ” ବୋଲି ବର୍ଣ୍ଣନା କରିଛନ୍ତି।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, “ଶ୍ରୀକାକୁଲମ ଜିଲ୍ଲାର କାଶିବୁଗା ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଯୋଗୁଁ ମୁଁ ଗଭୀର ଦୁଃଖିତ। ଏହି ଦୁର୍ଭାଗ୍ୟଜନକ ଘଟଣାରେ ଭକ୍ତମାନେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ। ମୁଁ ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି।”
ସେ ଏହା ମଧ୍ୟ କହିଛନ୍ତି ଯେ ଆହତମାନଙ୍କ ଉତ୍ତମ ଚିକିତ୍ସା କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦଳାଚକଟା ସ୍ଥଳରେ ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ଅଧିକାରୀ ଏବଂ ସ୍ଥାନୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କାସିବୁଗା ସବ-ଡିଭିଜନାଲ୍ ଇନଚାର୍ଜ ଡିଏସ୍ପି ଲକ୍ଷ୍ମଣ ରାଓ ଗଣମାଧ୍ୟମକୁ କହିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୧୧ଟାରେ ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ହୋଇଥିଲା। ଦଳାଚକଟାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।