ଥମିବାର ନା ଧରୁନି ରୁଷ୍ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ।
ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଏହି କ୍ରମରେ ରୁଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ସାଉଦି ଆରବର ଜେଡ୍ଡାରେ ଆଲୋଚନା ଚାଲିଛି।
ଏହି ସମୟରେ ପୂର୍ବ ୟୁକ୍ରେନ୍ ସହର ପୋକ୍ରୋଭସ୍କରେ ଋଷିଆ ମିସାଇଲ୍ ମାଡ଼ କରିଥିବା ଜଣାପଡିଛି।
ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
ପ୍ରଥମେ ଏକ ୫ ମହଲା ଘର ଉପରେ ଆକ୍ରମଣ ହୋଇଥିଲା ।
ଉଦ୍ଧାର କାମ ଚାଲିଥିଲା ବେଳେ ପୁଣି ଏକ ମିସାଇଲ ମାଡ଼ ହୋଇଥିଲା।
ମୃତାହତଙ୍କ ମଧ୍ୟରେ ୧୯ ପୁଲିସ ଓ ୫ ରେସ୍କ୍ୟୁ ସଦସ୍ୟ ଥିବା ଜଣାପଡ଼ିଛି।
ଏହା ସତ୍ତ୍ବେ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି।