ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ଗିରିଧିବାସିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ବଅଁରପାଳ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପାଣିଗ୍ରାହୀ, ଯନ୍ତ୍ରୀ ଶ୍ରୀଯୁକ୍ତ ଗୌତମ ନାଏକ, ଫୁଲପଡା ସରପଞ୍ଚ ଶ୍ରୀମତୀ ସୁଦେଷ୍ଣା ଗଡନାୟକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ଗଡନାୟକ, ଅନୁଗୋଳ ଆରସିଏମଏସ ସଭାପତି ଶ୍ରୀଯୁକ୍ତ ନାରାୟଣ ତ୍ରିପାଠୀ, ପ୍ରଭାତ ତ୍ରିପାଠୀଙ୍କ ସମେତ ଗିରିଧିବାସିଆ ଗ୍ରାମବାସୀ ଉପସ୍ଥିତ ଥିଲେ। ଜିଲ୍ଲା ଖଣିଜ ପାଣ୍ଠି ର ଆନୁକୂଲ୍ୟରେ ଏହି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହୋଇଛି। ଏହି ଉଦଘାଟନ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *