ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣାରେ ଫସିଥିବା ୪୦ ଶ୍ରମିକଙ୍କ ଭିତରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକ । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ସୂଚନା । NDRF,SDRF ଏବଂ ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ସୁଚନାଅନୁଯାୟୀ ଗତକାଲି ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ ସୁଡଙ୍ଗ ଭୁଶୁଡି ପଡିଛି । ଫଳରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି । ଏହାରି ମଧ୍ୟରେ ୪୦ ମିଟର ରାସ୍ତା ସଫା ହୋଇ ପାରିଛି । ଆହୁରି ୩୦ରୁ ୩୫ ମିଟର ରାସ୍ତା ସଫା ହେଲା ପରେ ଶ୍ରମିକମାନେ ବାହାରକୁ ଆସିବା ସମ୍ଭବ ହେବ ।ତେବେ ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା।