ଉତ୍କଳ ବିଦ୍ଵତ ପରିଷଦ ପକ୍ଷରୁ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ

ଉତ୍କଳ ବିଦ୍ଵତ ପରିଷଦ ଆନୁକୁଲ୍ୟରେ ୪ର୍ଥ ଥର ପାଇଁ ସମୁହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖ ରବିବାର ମାଘ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ୨୧ ଜଣ ବ୍ରାହ୍ମଣ ବାଳକଙ୍କର ନିଶୁଳ୍କ ବ୍ରତୋପନୟନ ପାରମ୍ପରିକ ରୀତି ନୀତି ସହ ମହାଆଡମ୍ବରେ ସମ୍ପନ୍ନ ହୋଇଛି | ୪ର୍ଥ ଥର ପାଇଁ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମ ପୁରୀ ଗୁଣ୍ଡିଚା ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି | ଓଡିଶାର ୧୨ ଟି ଜିଲ୍ଲାରୁ ବ୍ରାହ୍ମଣ ବାଳକମାନେ ସେମାନଙ୍କ ପିତା ମାତା ଅଭିଭାବକଙ୍କ ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଆର୍ଥିକ ତଥା ସାମାଜିକ ବିପନ୍ନ ଥିବା ବ୍ରାହ୍ମଣ ବାଳକ ଯଜ୍ଞ ଉପବୀତ ଧାରଣ ପରେ ବ୍ରାହ୍ମଣ କର୍ମ କରି ସ୍ୱାବଲମ୍ବୀ ହୋଇପାରିବେ ସେହି ଲକ୍ଷରେ ପ୍ରତିବର୍ଷ ଉତ୍କଳ ବିଦ୍ଵତ ପରିଷଦ ଏହି ନିଶୁଳ୍କ ବ୍ରତୋପନୟନ ଆୟୋଜିତ କରି ଆସୁଛି | କାର୍ଯ୍ୟକ୍ରମରେ ପୁରୀ ତଥା ଅନ୍ୟାନ୍ୟ ସ୍ଥାନରୁ ଶ୍ରଦ୍ଧାଳୁ ଧର୍ମାନୁରାଗୀ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ | ଅତିଥି ମାନଙ୍କ ପାଇଁ ଜଳପାନ ସହ ପ୍ରୀତିଭୋଜନର ବ୍ୟବସ୍ଥା ହୋଇଥିଲା | ପୁରୀର ପାରମ୍ପରିକ ମଠାଧୀଶ,ଶ୍ରୀମନ୍ଦିରର ବରିଷ୍ଠ ସେବକ ମାନେ ଯୋଗଦେଇ ବ୍ରହ୍ମଚାରି ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ |ସହଯୋଗୀ ସଂସ୍ଥାନ “ଆପଣଙ୍କ ସେବାରେ” ର ସଦସ୍ୟ ମାନେ ଦିନ ତମାମ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ପରିଶେଷରେ ନବ ବ୍ରହ୍ମଚାରିମାନେ ସିଂହଦ୍ଵାରକୁ ଯାଇ ପତିତପାବନଙ୍କୁ ଦର୍ଶନ କରି ନିଜ ନିଜ ଘରକୁ ବାହୁଡିଥିଲେ |

କାର୍ଯକ୍ରମରେ ପରିଷଦର ସଭାପତି ମନୋଜ ରଥ, ସମ୍ପାଦକ ବିଜୟକୃଷ୍ଣ ବ୍ରହ୍ମା, କୋଷାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ ,’ଆପଣଙ୍କ ସେବାରେ’ ଅନୁଷ୍ଠାନର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର, କୃଷ୍ଣ ଚନ୍ଦ୍ର ଦାସ ,ସମ୍ପାଦକ ଚିତ୍ତ ରଞ୍ଜନ ବିଶ୍ଵାଳ, ପୁରୀ ନଗର ସମ୍ପାଦକ ବିରଞ୍ଚି ମିଶ୍ର, ଦିବ୍ୟରଞ୍ଜନ ଦାଶ, ରଞ୍ଜେଶ ସାହୁ, ଦେବୀ ବ୍ରହ୍ମା , କୃଷ୍ଣ ଚନ୍ଦ୍ର ମିଶ୍ର ,ଦେବେନ୍ଦ୍ର ମହାରଣା, ସୁଶାନ୍ତ ଦାସ, ସିସେନ ପ୍ରତିହାରୀ, ଅନୁପମା କର,ସୌମ୍ୟଶ୍ରୀ ଆଶ୍ରିବାଦ, ଜଗଦୀଶ ପ୍ରଧାନ, ଅର୍ଜୁନ ମହାରଣା,ସତ୍ୟଦୀପ ମିଶ୍ର, ଶାନ୍ତିଲତା ପରିଡା, ପ୍ରଭାତ ପଣ୍ଡା, ମିହିର ଜେନା, ସଞ୍ଜୟ ବେହେରା, ଦେବାନନ୍ଦ ମିଶ୍ର, ପ୍ରକୃତି ବନ୍ଧୁ ବଦ୍ରି ମିଶ୍ର , ଗଣେଶ୍ୱର ମହାସୁଆର , ଗଣେଶ ମହାପାତ୍ର , ଭଗବାନ ମିଶ୍ର , ଲକ୍ଷ୍ମୀପ୍ରିୟା ସାହୁ , କୃଷ୍ଣ ମିଶ୍ର , ଅର୍ଚନା ରଥ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୁପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *