ଗଞ୍ଜାମ/ଭଞ୍ଜନଗର : ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉଦଯାପନୀ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଶିକ୍ଷାର ଅଭିବୃଦ୍ଧି ପାଇଁ ପିଲାଙ୍କର ପାଠ ପଢିବା ସହିତ ସେମାନଙ୍କର ସାଠର ମଧ୍ୟ ଆବଶ୍ୟକତା ରହିଅଛି । ତେଣୁ ପ୍ରତ୍ୟେକ ବର୍ଷ ଆରମ୍ଭରୁ ବିଦ୍ୟାଳୟ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପ୍ରଧାନ ବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ କରିଥଲେ । ବିଦ୍ୟାଳୟର ଯେଉଁ ସବୁ ଅସୁବିଧା ରହିଛି ତାହା କିପରି ଭାବେ ସୁବିଧା ହେଇ ପାରିବ ସେହି ଉପରେ ପ୍ରଧାନ ଶିକ୍ଷକ ନିଜର ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦୀପ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସୁସ୍ମିତା ସାହୁ, ଗୋଷ୍ଠି ସ୍ବାସ୍ଥ୍ୟ ବିଭାଗ ରାହୁଲ୍ ରାଓ ଦୋରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବୃନ୍ଦାବନ ପାଣିଗ୍ରାହୀ, ସଭାପତି ବଟକୃଷ୍ଣ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଶିକ୍ଷା ହିଁ ସୁମାର୍ଗ ଶିକ୍ଷା ହିଁ ମଣିଷ ଜୀବନର ଆଲୋକ ଏଭଳି କିଛି ବକ୍ତବ୍ୟ ରଖିଥିଲେ ଗେରେଡ଼ା କ୍ଲଷ୍ଟର CRCC ମାଧବାନନ୍ଦ ସ୍ୱାଇଁ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଛି । ଏହି ବିଦ୍ୟାଳୟରେ ୨୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ବେଶ୍ ଖୁସି ଜଣାପଡୁଥିବା ଦେଖିବାକୁ ମିଳିଛି ।