ଇଣ୍ଡିଗୋ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟି ଆକର୍ଷଣ, ସରକାରଙ୍କ କଠୋରତା ଯୋଗୁଁ କମ୍ପାନୀ ୧୦ ଦିନର ସମୟ ମାଗିଲା

ଗତ ତିନିରୁ ଚାରି ଦିନ ଧରି ସାରା ଦେଶରେ ପରିବହନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି କମ୍ପାନୀର ବିମାନ ଯାତ୍ରା ଭାରତୀୟଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା…ଏହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଯାତ୍ରୀମାନେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି ।  ଏ ମଧ୍ୟରେ ବିମାନ ବାତିଲ ହେବା ପରେ ଟ୍ରେନ୍ ମୁହାଁ ହୋଇଛନ୍ତି ଯାତ୍ରୀ ।

 ରେଳ ମନ୍ତ୍ରାଳୟର ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ,  “ଦକ୍ଷିଣ ରେଳବାଇ ସର୍ବାଧିକ ୧୮ଟି ଟ୍ରେନରେ କୋଚ୍ ବୃଦ୍ଧି କରିଛି ।  ଅତିରିକ୍ତ ଚେୟାର କାର ଏବଂ ସ୍ଲିପର କ୍ଲାସ କୋଚ୍ ଅଧିକ ଚାହିଦା ଥିବା ରୁଟ୍‌ଗୁଡ଼ିକରେ ନିୟୋଜିତ କରାଯାଇଛି   ।   ଚାରୋଟି ଅଧିକ ଚାହିଦା ଥିବା ଟ୍ରେନରେ 3AC ଏବଂ 2AC କୋଚ୍ ଯୋଡିଛି ପଶ୍ଚିମ ରେଳବାଇ। ଆଜିଠୁ ଲାଗୁ ହୋଇଥିବା  ଏହି ବର୍ଦ୍ଧିତ ବ୍ୟବସ୍ଥା ପଶ୍ଚିମାଞ୍ଚଳରୁ ଜାତୀୟ ରାଜଧାନୀକୁ ଅଧିକ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି କରାଯାଇଛି ।