ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହେବା ପରେ ନୂତନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଏହି କ୍ରମରେ କଟକର ବିଭିନ୍ନ ବ୍ଲକରେ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଭଦ୍ରେଶ୍ଵର ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ବଣ୍ଟନ ହୋଇଥିଲା । ମାହାଙ୍ଗା ର ନବ ନିର୍ବାଚିତ ବିଧାୟକ ସାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ମାହାଙ୍ଗା ବ୍ଲକ ରେ ମୋଟ ୭ ଟି ସ୍ଥାନରେ ସ୍ଵତନ୍ତ୍ର ଭାବେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରେ ମାହାଙ୍ଗା ର ୬ ହଜାର ଲୋକ ଏହି କାର୍ଡ ଦ୍ବାରା ଉପକୃତ ହେବେ । ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନା ଇନସୁରାନ୍ସ ନୁହେଁ ବରଂ ଆସୁରାନ୍ସ୍ । ଏହା ହେଉଛି ପୃଥିବୀର ସବୁଠାରୁ ବୃହତମ ଯୋଜନା ବୋଲି ବିଧାୟକ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଣି ତନୁଜା ବିନ୍ଧାଣି, ଡକ୍ଟର ବିକାଶ ବେହେରା, ମାନସ ବେହେରା ସମେତ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଭଦ୍ରେଶ୍ଵର ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ବିଜୟ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି ।