ଆଶାର ଆଲୋକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ରିକୁଟିପାଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ମାନଙ୍କପାଇଁ କେନ୍ଦ୍ରସରକାର ପକ୍ଷରୁ କଟକ ଜିଲ୍ଲା ର ଓଲଟପୁର ସ୍ବାମୀ ବିବେକାନନ୍ଦ ଜାତୀୟ ପ୍ରଶିକ୍ଷଣ ସଂସ୍ଥା ଦ୍ଵାରା ଏବଂ ଆଶାର ଆଲୋକ ଅନୁଷ୍ଠାନର ଆନୁକୂଲ୍ୟରେ ତିନିଚକିଆ ସାଇକେଲ ବଣ୍ଟନ କରାଯାଇଛି । ଆଜିର ସମାଜରେ ମୂଖ୍ୟ ସ୍ରୋତରେ ଭିନ୍ନକ୍ଷମ ମାନେ କିଛି ନା କିଛି କଳା ଓ ଶିକ୍ଷାଗ୍ରହଣ କରିବାସହିତ ସାଧାରଣ ଲୋକଙ୍କ ଭଳି ଜୀବନ ଜାପାନ ସକ୍ଷମ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷିରେ ଆଶାର ଆଲୋକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ସମିତି ସଭ୍ୟ ସେକ୍ ମୋଇନ ଅହେମଦ୍ ଓ ଅମୀୟ କୁମାର ବିଶ୍ବାଳ, ପୂର୍ବତନ ନାଏବ ସରପଞ୍ଚ ଅନୀଲ କୁମାର ସାହୁ, ରଂଜନ ମହାରଣା, ପ୍ରଭାତ ବେହେରା, ପ୍ରକାଶ ଚନ୍ଦ୍ର ରାଉତରାୟ ,ଆଶାର ଆଲୋକ ସମ୍ପାଦକ ନାରାୟନ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ ବାବାଜୀ ଦାସ ଓ ସଭାପତି ନରେନ୍ଦ୍ର ଶତପଥୀ ସହକାରୀ ପ୍ରବନ୍ଧକ ଆଶୋକ କୁମର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏବଂ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଭିନ୍ନକ୍ଷମ ବ୍ୟକ୍ତି ଆସି ବିଶେଷ ଭାବରେ ଯୋଗ ଦେଇଥିଲେ। ଏବଂ ସେମାନଙ୍କୁ ତିନି ଚକିଆ ୪୫ଗୋଟି ସାଇକେଲ୍, ୫ଗୋଟି ହୁଇଲ୍ ଚେୟାର, ଓ ୮ ଟି ଆଶା ବାଡ଼ି ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *