ଆପଣଙ୍କ ଜି-ମେଲ୍ ଆକାଉଣ୍ଟ ସୁରକ୍ଷିତ ରଖିବାର ଉପାୟ

ଦୀପାବଳିରେ ଲକ୍ଷ ଲକ୍ଷ ଜି-ମେଲ ୟୁଜର୍ସଙ୍କୁ ଗୁଗୁଲ ଦେଇଛି ବଡ଼ ଝଟକା । ବାସ୍ତବରେ, କମ୍ପାନୀ ଲକ୍ଷ ଲକ୍ଷ ନିଷ୍କ୍ରିୟ ଜି-ମେଲ୍ ଖାତା ବନ୍ଦ କରିବାକୁ ଯାଉଛି । ଏହି ପ୍ରକ୍ରିୟା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ, ଯେଉଁଥିରେ ଦୀର୍ଘ ଦିନ ଧରି ନିଷ୍କ୍ରିୟ ଥିବା ଜି-ମେଲ୍ ଖାତା ସବୁଦିନ ପାଇଁ ବନ୍ଦ ରହିବ । ଯଦି ଆପଣ ମଧ୍ୟ ଜଣେ ଜି ମେଲ ବ୍ୟବହାରକାରୀ ଏବଂ ଦୀର୍ଘ ସମୟ ଧରି ଆପଣଙ୍କର Gmail ଖାତା ଖୋଲି ନାହାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । କାରଣ ଯଦି ଆପଣଙ୍କର ଜିମେଲ ଖାତା ବନ୍ଦ ହୋଇଯାଏ, ତେବେ ଆପଣ ଲଗଇନ୍ କରି ଆପଣଙ୍କର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୁଗୁଲ୍ ଆକାଉଣ୍ଟ୍ ସାହାଯ୍ୟରେ Gmail ଏବଂ ଅନ୍ୟାନ୍ୟ ଅନେକ ଆକାଉଣ୍ଟର ରକ୍ଷଣାବେକ୍ଷଣ କରାଯାଏ । ଯଦି ଆପଣଙ୍କର ଜି-ମେଲ ଖାତା ଡିଲିଟ ହୋଇଯାଏ, ତେବେ ଆପଣଙ୍କୁ ଅନ୍ୟ ସେବା ଗୁଡିକ ମଧ୍ୟ ହରାଇବାକୁ ପଡିବ । କିନ୍ତୁ ଗୁଗୁଲ ଆପଣଙ୍କର ଖାତା ଡିଲିଟ କରିବା ପୂର୍ବରୁ ଇମେଲ ମାଧ୍ୟମରେ ଆବଶ୍ୟକ ସୂଚନା ଦେବ, ଯାହାଫଳରେ ଆପଣ ଚାହିଁଲେ ଆପଣଙ୍କ ଆକାଉଣ୍ଟକୁ ସେଭ୍ କରିପାରିବେ ।
ଯଦି ଆପଣ ଗତ ୨ ବର୍ଷ ଧରି ଆପଣଙ୍କ ଗୁଗୁଲ୍ ଆକାଉଣ୍ଟ୍ ବ୍ୟବହାର କରିନାହାନ୍ତି, ତେବେ ଆପଣ ଏହାକୁ ପୁନର୍ବାର ଆକ୍ଟିଭି କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ବିଭିନ୍ନ ସେବା ବ୍ୟବହାର କରିବାକୁ ପଡିବ । ଯେପରି…

ଇମେଲ ପଢିବା କିମ୍ବା ପଠାଇବା…
ଗୁଗୁଲ୍ ଡ୍ରାଇଭ୍ ବ୍ୟବହାର କରିବା…
ୟୁଟ୍ୟୁବ୍ ଭିଡିଓ ଦେଖିବା କିମ୍ବା ଫଟୋ ସେୟାର କରିବା…
ପ୍ଲେ-ଷ୍ଟୋରରୁ ଆପ୍ ଡାଉନଲୋଡ୍ କରିବା କିମ୍ବା ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରି କିଛି ଖୋଜାଖୋଜି କରିବା…
କୌଣସି ଥାର୍ଡପାର୍ଟି ଆପ୍ କିମ୍ବା ୱେବସାଇଟରେ ଲଗଇନ କରିବା ପାଇଁ ଗୁଗୁଲ୍ ଆକାଉଣ୍ଟ୍ ବ୍ୟବହାର କରିବା ଇତ୍ୟାଦି । ଏମିତି କଲେ ଆପଣଙ୍କର ଜିମେଲ ଆକାଉଣ୍ଟ ଡିଲିଟ ହେବ ନାହିଁ ।

ଯଦି ଆପଣ ନିଜ ଗୁଗୁଲ୍ ଆକାଉଣ୍ଟରୁ କମ୍ପାନୀର କୌଣସି ଜିନିଷ କିମ୍ବା ସେବା ନେଇଛନ୍ତି ତେବେ ଆପଣଙ୍କ ଖାତା ଡିଲିଟ୍ ହେବ ନାହିଁ । ସେହିଭଳି ଯେଉଁ ଆକାଉଣ୍ଟରୁ ୟୁଟ୍ୟୁବ୍ ଭିଡିଓ ପୋଷ୍ଟ କରାଯାଇଛି ତାହା ମଧ୍ୟ ସୁରକ୍ଷିତ ରହିବ । ଯେଉଁ ଆକାଉଣ୍ଟରେ ମନିଟାରୀ ଗିଫ୍ଟ କାର୍ଡ ରଖାଯାଇଛି ତାହା ମଧ୍ୟ ଡିଲିଟ୍ ହେବନାହିଁ । ଯଦି ଆପଣଙ୍କ ଆକାଉଣ୍ଟ ଆପଣଙ୍କ ପିଲାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ରହିଛି ତେବେ ମଧ୍ୟ ଏହା ସୁରକ୍ଷିତ ରହିବ । ଯେଉଁମାନେ ଆପ୍ ପବ୍ଲିସିଙ୍ଗ ପାଇଁ ଗୁଗୁଲ୍ ଆକାଉଣ୍ଟ୍ ବ୍ୟବହାର କରିଛନ୍ତି ସେହି ଆକାଉଣ୍ଟ ଗୁଡିକ ମଧ୍ୟ ସୁରକ୍ଷିତ ରହିବ ।

Leave a Reply

Your email address will not be published. Required fields are marked *