ଆନ୍ଦୋଳନ ତୀବ୍ର ଓ କାମ ବନ୍ଦ, ଗର୍ଜିଲେ ଟ୍ରକ ମାଲିକ ସଂଘ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ରୁଙ୍ଗୁଟା କମ୍ପାନୀ ସମୁଖରେ ଆନ୍ଦୋଳନ । ରାମଚଣ୍ଡୀ ଟ୍ରକ ମାଲିକ ସଂଘ ପକ୍ଷରୁ ହଜାର ହଜାର ଜମି ହରା ପ୍ରଜା ଟ୍ରକ ମାଲିକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ସେମାନଙ୍କ କହିବାନୁସାରେ ଆମ ଠାରୁ ଜାଗା ନେଲେ କିନ୍ତୁ ଆମେ ଧୁଆଁ ଖାଇଲୁ । ଏବେବି ଆମ ଗାଡି ଗୁଡିକ ଠିଆ ହୋଇ ରହିଛି । ବାହାର ଗାଡ଼ିକୁ ଲୋଡିଙ୍ଗି ଦିଆଯାଉଛି । ଆମ ଗାଡି ଗୁଡ଼ିକ ଭଡା ନ ପାଇବାରୁ ଆମେ ଆସି ରୁଙ୍ଗୁଟା କମ୍ପାନୀ କୁ ଜଣାଇ ଦେଉଛୁ । ଲୋକାଲ ମାଲିକଙ୍କୁ ଲୋଡ ନ ଦିଆ ହେଲେ ଆମେ ଆନ୍ଦୋଳନକୁ ତୀବ୍ରତର କରିବୁ । ଆମ କଥା ନଶୁଣିଲେ ଆମେ କମ୍ପାନୀ ସମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବୁ।