କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାଙ୍କ ଅଫ୍ ବରୋଦା ଶାଖା ପକ୍ଷରୁ ୧୧୭ ତମ ପ୍ରତିଷ୍ଟା ଦିବସ ହୋଇଯାଇଛି । ଏହି ଅବସରରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିକାଲି ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଅନେକ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଉଛି । ତେଣୁ, ଏହିସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏହି ମହାନ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।