
ଆଜି ହେଉଛି ବିଶ୍ବ ପଖାଳ ଦିବସ |ଓଡ଼ିଆ ମାନଙ୍କର ପ୍ରିୟ ଖାଦ୍ୟ ପଖାଳ କଂସା। ଗାଁ ଠୁ ନେଇ ସହର ଯାଏଁ ସବୁଠି ପଖାଳର ପରିଚୟ ନିଆରା| ଆଜି ପ୍ରତିଟି ଓଡିଆ ସବୁଠି ପଖାଳ ଦିବସ ପାଳନ କରୁଛନ୍ତି |

ଆଜିର ଯୁବ ପିଢ଼ି ଆଧୁନିକ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଥିବା ବେଳେ ପଖାଳକୁ ଧୀରେ ଧୀରେ ଭୁଲିଯିବାକୁ ବସିଲେଣି |ଏହାକୁ ନେଇ ଆନନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଖାଳ ଦିବସ ଆୟୋଜନ ହୋଇଥଲା ।

ଦହି ପଖାଳ କଂସା ସହିତ ବଢ଼ିଚୁରା,ବାଇଗଣ ଭର୍ତା, ଆଳୁ ଭର୍ତ୍ତା, ଶାଗ ଭଜା, ଚଟଣି, ସଜନା ଛୁଇଁ ବେସର, କଲରା ଚିପିସ, ପୁଟୋଳ କସା, ଛତୁ ବେସର, ଚୁନା ମାଛ, ଫୁଲ ବଡ଼ି, ବଡି ଚୁରା ଭଳି ୧୮ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥଲା। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେଇ ପଖାଳ ଦିବସ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ।