ଆନନ୍ଦପୁର କଲେଜକୁ ‘Autonomous College’ ଘୋଷଣା

ଆନନ୍ଦପୁର କଲେଜର ୬୧ ତମ ବାର୍ଷିକ ଅଧିବେସନ ରେ ଯୋଗ ଦେଇ ଆନନ୍ଦପୁର କଲେଜକୁ Autonomous College ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ, ଏହି କଲେଜ ପାଇଁ ସମୁଦାୟ ୭ କୋଟି ଟଙ୍କା ଅନୁଦାନ ଘୋଷଣା କଲେ। ଆନନ୍ଦପୁର ଡାକ୍ତରଖାନା ପାଇଁ ୨ କୋଟି ଟଙ୍କା ଓ ଆନନ୍ଦପୁର ଷ୍ଟାଡିୟମ୍ ପାଇଁ ୨୦ କୋଟି ଟଙ୍କା ଘୋଷଣା କଲେ । ଏହି ସଭାରେ ଆନନ୍ଦପୁର ଉପଖଣ୍ଡ ପାଇଁ ୧୧୮.୨ କୋଟି ଟଙ୍କା ରେ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ, ୪୧.୪ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କୁ ମୁଖ୍ୟମନ୍ତ୍ରୀଙ୍କର ଏହାଥିଲା ପ୍ରଥମ ଗସ୍ତ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ କଲେଜରୁ ଯୁକ୍ତ ୨ ପଢି ପାସ୍ କରିଥିଲେ, ସେହି ଆନନ୍ଦପୁର କଲେଜକୁ ସେ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟଅତିଥି ହୋଇ ଆସିଥିଲେ । ଏହି ପରିପ୍ରେକ୍ଷିରେ କଲେଜର ଛାତ୍ରଛାତ୍ରୀ ଅତି ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ଆଗମନ କୁ ଅପେକ୍ଷା କରି ରହିଥିଲେ । ଏଥି ସହ , ମୁଖ୍ୟମନ୍ତ୍ରୀ ଏହି କଲେଜରେ ପାଠ ପଢୁଥିବା ବେଳେ, ତାଙ୍କ ସହପାଠୀ ଓ ଅଧ୍ୟାପକମାନେ ମଧ୍ୟ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଷ୍ଟାଡିୟମ୍ ପଡ଼ିଆରେ ହେଲିକ୍ୟାପ୍ଟର୍ ରେ ଅବତରଣ କରିବା ପରେ ଏକ ବିରାଟ ପଟୁଆରରେ ଯାଇ ଆନନ୍ଦପୁର କଲେଜରେ ପହଞ୍ଚିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ । ଏଥି ସହ , ଆନନ୍ଦପୁର ବିଧାୟକ, ଘସିପୁରା ବିଧାୟକ ଓ କେନ୍ଦୁଝର ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

ଏହି କଲେଜରୁ ମୁଖ୍ୟମନ୍ତ୍ରୀ ଯୁକ୍ତ ୨ ପଢୁଥିବା ବେଳେ, ନିଜ ସ୍ମୃତି ବଖାଣିଥିଲେ । ବହୁ ଅବ୍ୟବସ୍ଥା ମଧ୍ୟରେ ଥିବା ଆନନ୍ଦପୁର କଲେଜକୁ Autonomous College କଲେଜ କରିବା ସହିତ, କଲେଜର ସର୍ବାଙ୍ଗାନ ଉନ୍ନତି ପାଇଁ ୭ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏଥିସହ , ଆନନ୍ଦପୁର ଉପଖଣ୍ଡ ପାଇଁ ୪୧.୪ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୧୮.୨ କୋଟି ଟଙ୍କା ବ୍ୟୟରେ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନା ପାଇଁ ୨ କୋଟି ଟଙ୍କା ଓ ଆନନ୍ଦପୁର ଷ୍ଟାଡିୟମ୍ ର ବିକାଶ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ଆଗାମୀ ଦିନରେ ଆନନ୍ଦପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେ, ଯାହା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଗସ୍ତରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।