ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଲୁହୁରାକୋଟ ପ୍ରାଥମିକ ବିଦ୍ୟାଳୟ ରେ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l

ଏହି ଆଞ୍ଚଳିକ କାର୍ଯ୍ୟକ୍ରମ କେନ୍ଦ୍ର ଲଖମରା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକମରା ପ୍ରିନସିପାଲ ବିଜୟ ମିଶ୍ର, ପ୍ରୋଗ୍ରାମ ସଂଯୋଜକ ସିଆରସିସି ବୈଷ୍ଣବ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଚେୟାରମ୍ୟାନ ପ୍ରଶାନ୍ତ କୁମାର ସାହୁ, ବି ଇ ଓ ଅଦନ ସୁନା, ଏକ୍ସ ଏବିଓ ଅଳେନ୍ଦ୍ର ବାରିକ, ଜିଲ୍ଲାପରିଷଦ ବାସନ୍ତୀ ବାଲାମ, ଲକମରା ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ହୋତା, ଚରଦାପାଲି ପ୍ରଧାନଶିକ୍ଷକ ଦୈତାରୀ ବିଶ୍ୱାଳ, ଉକ୍ତ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ନାଚ,ଗୀତ, ଚିତ୍ରାଙ୍କନ, ମନୋରଞ୍ଜନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ଲୁହୁରାକୋଟ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ l ଏହି ସୁରଭି କାର୍ଯ୍ୟକ୍ରମ ଶେଷରେ ବୈଷ୍ଣବ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାସମାପ୍ତ କରିଥିଲେ l