
ଗାଇଡଲାଇନ୍ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି। ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବେ।
ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଚନ୍ଦ୍ରଶେଖରପୁର ଭସାଣ ବେଳେ କିଟ୍ ପାର୍ଶ୍ବରୁ ନାଲକୋ ଛକ ଯିବା ମନା କରାଯାଇଛି। ସେହିସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଅଗ୍ରସର ହେବେ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭରବ୍ରିଜ୍କୁ ବ୍ୟବହାର କରିବେ। ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।