ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ

ଆଜି ପବିତ୍ର ବାରୁଣୀ ସ୍ନାନ । ପ୍ରତିବର୍ଷ ଚୈତ୍ର ମାସରେ ଏହି ବୁଡ ପାଳନ କରାଯାଏ । ସନାତନ ଧର୍ମର ଏହା ହେଉଛି ଏକ ଅନନ୍ୟ ସ୍ନାନ। ବାରୁଣୀ ସ୍ନାନ ଅବସରରେ ଚଳଚଞ୍ଚଳ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପୂର୍ଣ୍ଣତୟା ଚିତ୍ରୋତ୍ପଳା ନଦୀ |ନଦୀରେ ପବିତ୍ର ସ୍ନାନ କରିବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଏବଂ ଛୋଟ ପିଲାଙ୍କର ମୁଣ୍ଡନ କରିବା ପାଇଁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ନଦୀ କୂଳରେ ବସିଥିବା ଫକୀର ମାନଙ୍କୁ ଅରୁଆ ଚାଉଳ ବିରି ମିଶାଇ ଦେବା ସହ ଟଙ୍କା ଦାନ ଦେଇଥାନ୍ତି ଶ୍ରଦ୍ଧାଳୁ ମାନେ । ଏହି ପବିତ୍ର ତିଥିରେ ବୁଡ ପକାଇଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗ୍ରାମବାସୀ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।