ଆଜି ଧନତେରାସ ପର୍ବ

ଦୀପାବଳିର ୨ ଦିନ ପୂର୍ବରୁ ଧନତେରାସ ପର୍ବ ପାଳନ କରାଯାଏ | ଲୋକମାନେ ଏହି ଦିନ ସୁନା,ରୁପା ଆଦି କିଣିଥାନ୍ତି | ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କ ଘରକୁ ଆଗମନ ପାଇଁ ପ୍ରସ୍ତୁତି କରାଯାଇଥାଏ । ଦୀପାବଳିର ପର୍ବ ଧନତେରାସ ଦିନଠାରୁ ଆରମ୍ଭ ହୋଇଥାଏ |

ଆଜି ଧନତେରାସ ପର୍ବ | ଏହି ଦିନଠାରୁ ପାଞ୍ଚ ଦିନ ଧରି ଦୀପାବଳି ପର୍ବ ଆରମ୍ଭ ହୋଇଥାଏ | ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଇଥାଏ | ଶାସ୍ତ୍ର ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ଦିନ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନଭନ୍ତରୀ ଅମୃତ କଳସ ସହିତ ପ୍ରଘଟ ହୋଇଥିଲେ । ଏହି ବର୍ଷ ଧନତେରାସ ପର୍ବ ଆଜି ଅର୍ଥାତ୍ ୧୦ ନଭେମ୍ବରରେ ପାଳନ କରାଯାଉଛି | ଧନତେରାସରେ ଦେବୀ ଲକ୍ଷ୍ମୀ, ଭଗବାନ ଧନଭନ୍ତରୀ ଏବଂ କୁବେରଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏହା ବ୍ୟତୀତ ଏହି ଦିନ ସୁନା, ରୂପା, ଇତ୍ୟାଦି କିଣିଲେ ଅନେକ ଶୁଭ ଫଳାଫଳ ମିଳିଥାଏ |

Leave a Reply

Your email address will not be published. Required fields are marked *