ସେଦିନ ଥିଲା ଶୁକ୍ରବାର ,୧୯୯୯ ମଶିହା ଅକ୍ଟୋବର୨୯ ତାରିଖ ବୋଧ ହୁଏ ଏହି ତାରିଖ ଏହି ବାର କେହି କେବେ ଭୁଲିପାରିବେ ନାହଁ । ଆଜିବି ସେହି ସମୟର କଥା ମନେପଡିଲେ ଅନେକ ଲୋକଙ୍କ ଆଖି ତଳୁ ଲୁହ ଯକେଇ ଆସେ ।ଉଖୁରି ହୋଇଯାଏ ଅତିତତରେ ବିତିଯାଇଥିବା ସେହି ୧୯୯୯ ର ମହାବାତ୍ଯାର କଥା ।ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା ।କେହି କିଛି ଜାଣିବା ଆଉ ବୁଝିବା ପୁର୍ବରୁ ହଟାତ ମାଡି ଆସିଥିଲା କଳା ହାଣ୍ଡିଆ ମେଘ ସାଂଗକୁ ପବନ ।ଘଣ୍ଚାପ୍ରତି ୨୦୦ ରୁ ୩୦୦ କିଲୋମିଟର ପବନ ଆଉ ତା ସଂଗକୁ ବିକଟାଳ ଶଦ୍ଦ । ଭାଙ୍ଗୁଥାଏ ଅନେକ ଗୁଡିଏ ଘର, ମାଟିରେ ଲୋଟୁଥାଏ ଅନେକ ଗୁଡିଏ ମହାଦ୍ରୁମ ।ପ୍ରାୟ ୩୦ଘଣ୍ଟାର ତାଣ୍ଡବ ଯେମିତି ସବୁକିଛି ଛାରଖାର କରିଦେିଥିଲା । ମଣିଷ ଠାରୁ ଆରମ୍ଭ କରି ଜୀବ ଜନ୍ତୁଙ୍କ ପର୍ଯ୍ଯନ୍ତ ଯେମିତି ଚିତ୍କାର କରୁଥାନ୍ତି କେହି ଆମକୁ ରକ୍ଷାକର ଆମକୁ ରକ୍ଷା କର । ବନ୍ଧୁ, ପରିଜନ, କିଏ କେଉଁଠି ଥାଏ ? କାହା ପାଖରେ ନଥାଏ କାହାରି ଖବର ନଥାଏ । ସବୁକିଛି ଯେମିତି କିଛି କିଛି କ୍ଷଣ ମଧ୍ୟରେ ମାଟିରେ ମିଶିଯାଉଥାଏ ।୩୦ ଘଣ୍ଚାପରେ ବାତ୍ଯା ଥମିଗଲା ସତ ହେଲେ ଚାରିଆଡେ ପଡିଗଲା ହାହା କାର ,ଯେଉଁ ଆଡେ ଦେଖିଲେ କୁଢକୁଢ ସବ । ଯେମିତି ସବୁଆଡେ ଖାଲି ଆର୍ତ୍ତ ଚିତ୍କାର ସୁଭୁଥାଏ । ସବୁକିଛି ପ୍ରକୃତିର ଆଁରେ ଯେମିତି ଲିନ ହୋଇଯାଇଛି । ଲୋକଙ୍କ ପାଖରେ ଘର ନଥାଏ , ବିଦ୍ୟୁତ ନଥାଏ ଟେଲିଫୋନ ବି ନଥାଏ ,ଚାରିଆଡେ ଦିଶୁଥାଏ ଖାଲି ଭୋକିଲା ମୁହଁ । ଏସବୁ ଭିତରେ ଅଧିକ ପ୍ରଭାବିତ ହୋଇଥିଲା ଅସ୍ତରଙ୍ଗ ଏବଂ ଏରସମା ।ଏହାରି ଭିତରେ ଅନେକ ଦିନ ବିତିଯାଛି ଅନେକ ଛୋଟ ବଡ ବାତ୍ଯା ବି ସମ୍ନା କରିଛି ଓଡିଶା ।