
କେନ୍ଦୁଝର ଜିଲ୍ଲା ଘଷିପୁରା ରେ ଦିନ କୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟପର୍ଯ୍ୟସ୍ତ୍ ହେଉଥିବା ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ଖଣି ଅଧିକାରୀଙ୍କୁ ବାଲି ମାଫିଆ ମାନେ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଥିଲା।ସେ ବିଷୟ ରେ ଶ୍ରୀ ପଟ୍ଟନାୟକ ଘଷିପୁରା ଥାନା ଅଧୀକାରି ଙ୍କୁ ପଚାରି ବୁଝିବା ସହ ଦୋଷୀ ଙ୍କ ବିରୁଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇ କହିଥିଲେ ଯେ ୬ ଜଣ ଙ୍କୁ ଗିରଫ କରାଯାଇଛି ଏବଂ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ।ସେହିପରି ବିଭିନ୍ନ ପଞ୍ଚାୟତ ରେ କିପରି ଗୋଟେ ନିର୍ଦ୍ଦିଷ୍ଟ ନେତା କବଜା କରି ପଞ୍ଚାୟତ କାର୍ଯ୍ୟ ରେ ବାଧା ଦେଉଛି ,ସେ ବିଷୟ ରେ ଘଷିପୁରା ବିଡ଼ିଓ ଓ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଶ୍ରୀ ପଟ୍ଟନାୟକ। ଖାଳିଆମେଣ୍ଟା ପଞ୍ଚାୟତ ର ସରପଞ୍ଚ ପଞ୍ଚାୟତ ର ବିଭିନ୍ନ ସମସ୍ୟା ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆତ୍ମାହୁତି ଦେବେ ବୋଲି ବିଗତ ଦିନରେ କହିଥିଲେ।
ଆଜି ସେ ସବୁ ସମସ୍ୟା ମଧ୍ୟ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଉଭୟ ବିଡ଼ିଓ ବିନିତା ବିଜୟିନୀ ଓ ଉପଜିଲ୍ଲାପାଳ ଫାଲଗୁନି ମାଝୀ। ଖଲଣା ଓ ଅଳତି ପଞ୍ଚାୟତ ର ମଧ୍ୟ ପ୍ରତ୍ୟେକଟି କାର୍ଯ୍ୟ କୁ ବ୍ଲକ ଅଧ୍ୟକ୍ଷା ଜାଣିଶୁଣି କରାଇ ଦେଉ ନଥିବା ଅଭିଯୋଗ ହୋଇଥିଲା। ସାଇଁକୁଳ ରେ କିଭଳି ସରପଞ୍ଚ ଙ୍କ ସ୍ବାମୀ ବିଭାସ୍ ନାୟକ ଦାଦାଗିରି କରୁଛନ୍ତି ସେ ବିଷୟ ରେ ମଧ୍ୟ ଅଭିଯୋଗ ହୋଇଥିଲା।ସମସ୍ତ ତିନି ଜଣ ଅଧିକାରୀ ଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଘଷିପୁରା ରେ ଯେଉଁଭଳି ଶାସନ ଚାଲିଥିଲା ସେସବୁ ଆପଣ ମାନଙ୍କ ଦ୍ଵାରା ପରିବର୍ତ୍ତନ ହେବ ଓ ଶାନ୍ତି ର ଘସିପୁରା ହେବ ବୋଲି ଆଶା ଅଛି ଏବଂ ସମସ୍ତ ଅଧିକାରୀ ମାନେ କୌଣସି ରାଜନୈତିକ ବ୍ୟକ୍ତି ଙ୍କ ଚାପ ରେ କାର୍ଯ୍ୟ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଶ୍ରୀ ପଟ୍ଟନାୟକ ଙ୍କ ସହ ଉପସ୍ଥିତି ଥିଲେ ସମାଜସେବୀ ରତି କାନ୍ତ ବରାଳ,ମନ୍ମଥ ରାଉତ,ସଦାଶିବ ନାୟକ,ସରପଞ୍ଚ ବୃନ୍ଦାବନ ଜେନା,ବିପିନ ମାଝୀ, ଟିକନ୍ ମାଝୀ,ବ୍ରହ୍ମା ସାମଲ ,ସବ୍ୟସାଚୀ ଶିଆଲ,ବିଭୁ ଚକ୍ର ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ସାଥିରେ ଆସିଥିଲେ ।