
ରେହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉ ନ ଖେଳେଇବା ପାଇଁ BCCI କରୁଛି ଷଡ଼ଯନ୍ତ୍ର ! ୨୦୨୭ରେ ହେବାକୁ ଥିବା ODI ବିଶ୍ୱକପ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ଥିର କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ! BCCIର ବର୍ତ୍ତମାନର କାର୍ଯ୍ୟକଳାପ ଏହା ଆଡ଼କୁ ଇଙ୍ଗିତ କରୁଛି। ଗତ ଦେଢ଼ ଦଶନ୍ଧି ଧରି ଟିମ୍ ଇଣ୍ଡିଆର ଦାୟିତ୍ୱ ବୋହି ଆସୁଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିଦାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।
ଦୁବାଇରେ ଅନୁଷ୍ଠିତ ODI ଚାମ୍ପିଅନ୍ସ ଟ୍ରଫି ଜିତିବାରେ ରୋହିତ ଏବଂ ବିରାଟ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେବେ ଠାରୁ ଭାରତ କୌଣସି ODI ସିରିଜ୍ ଖେଳିନାହିଁ। ଏକ ରିପୋର୍ଟ ଅନୁଯାୟୀ, BCCIର ଏକ ସୂତ୍ର କହିଛି ଯେ ଯଦି ଉଭୟେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବାକୁ ଚାହାଁନ୍ତି, ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ‘ରୋ-କୋ’ ନାମରେ ପ୍ରସିଦ୍ଧ ଏହି ଯୋଡ଼ି ଟେଷ୍ଟ ଏବଂ T20 ଫର୍ମାଟରେ ମଧ୍ୟ ସେମାନଙ୍କର ଶେଷ ମ୍ୟାଚ୍ ଏକାଠି ଖେଳିଥିଲେ।
ଯଦି ରୋହିତ ଏବଂ ବିରାଟ ଅଷ୍ଟ୍ରେଲିଆ ଗସ୍ତ ପରେ ମଧ୍ୟ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ସିରିଜ ବିଜୟ ହଜାରେ ଟ୍ରଫିରେ ନିଜ ରାଜ୍ୟ ପାଇଁ ଖେଳିବାକୁ ପଡିବ। BCCIର କଠୋରତା ଏବଂ ନୂତନ ନିୟମ ଯୋଗୁଁ, ଉଭୟଙ୍କୁ ଗତ ସିଜନରେ ମଧ୍ୟ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାକୁ ପଡିଥିଲା। ସମ୍ଭବତଃ ଏହି କଠୋର ସର୍ତ୍ତ ଯୋଗୁଁ, ରୋହିତ ଏବଂ ବିରାଟ ପୂର୍ବରୁ ଘୋଷଣା କରିପାରନ୍ତି ଯେ ଅଷ୍ଟ୍ରେଲିଆ ସେମାନଙ୍କର ଶେଷ ODI ସିରିଜ ହେବ।