
“ଦୁଃଖୀଟିଏ ହିଁ ଅନ୍ୟ ଜଣେ ଦୁଃଖୀର ମନ ବୁଝିପାରେ.” ଏହି ଉକ୍ତିକୁ ବାସ୍ତବତାର ରୂପ ଦେଇଛନ୍ତି କେନ୍ଦ୍ରାପଡି ଜିଲ୍ଲା ଡେରାବିଶ ଅଢଙ୍ଗା ଗ୍ରାମର ଦିବ୍ୟାଙ୍ଗ ଯୁବକ ଦୀପକ ଜେନା। ନିଜେ ଦୀପକ ଜନ୍ମ ରୁ ପୋଲିଓ ରୋଗ ଯୋଗୁଁ ଚାଲି ପାରନ୍ତିନାହିଁ। ହେଲେ ଜଣେ ଅସହାୟ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଦୁଃଖ ଦେଖି ସହି ନପାରି ତାଙ୍କୁ ଏକ ପକ୍କା ଘର ନିର୍ମାଣ କରି ପ୍ରଦାନ କରି ଏବେ ବେଶ ପ୍ରଶଂସା ସାଉଁଟୁଛନ୍ତି। ଡେରାବିଶ ବ୍ଲକ ହରିଅଙ୍କ ଜେନା ସାହିର ମାନସୀ ଜେନାଙ୍କ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଦୀର୍ଘ ବର୍ଷ ହେବ ଘରୁ କୁଆଡେ ଚାଲିଯାଇଛନ୍ତି। ସେଥିପାଇଁ ମାନସୀ ଦୁଇ ଝିଅଙ୍କ ସହ ନିଜ ଵୃଦ୍ଧା ମା ଫୁଲ ଜେନାଙ୍କ ସହ ପୈତୃକ ଘରେ ରହୁଥିଲେ। ହେଲେ ଘରେ କେହି ପୁରୁଷ ନ ଥିବାରୁ ତଥା ଆର୍ଥାଭାବରୁ ଘର ମରାମତି ସମ୍ଭବ ନ ଥିଲା। ମାଟି ଘରଟି ଭାଙ୍ଗିଯିବା ସହ ଛପର ନ ହୋଇ ପଡିଥିଲା। ଅନ୍ୟପଟେ ପୂର୍ବରୁ ଇନ୍ଦିରା ଆବାସରେ ମାନସୀଙ୍କ ବାପାଙ୍କ ଘର ଖଣ୍ଡେ ମିଳିଥିଲେ ମଧ୍ୟ ଘର କାମ ସାରିବା ଆଗରୁ ବାପା ଆରପାରିକୁ ଚାଲିଯାଇଥିଲେ। ତେଣୁ ଆଉ ସରକାରୀ ଯୋଜନାରେ ଘର ମିଳିବା ମାନସୀଙ୍କ ପାଇଁ ସମ୍ଭବ ନ ଥିଲା।
ତେଣୁ ବର୍ଷା, ଖରା ଓ ଶୀତରେ ଏହି ଚାରି ପ୍ରାଣୀ ଭଙ୍ଗା ଘରେ ନାନା କଷ୍ଟ ସହି କାଳାତିପାତ କରୁଥିଲେ। ଏସମ୍ପର୍କରେ ଆଦ୍ୟାଶା ନାମକ ସ୍ବେଚ୍ଛାସେବୀ ସଂଗଠନ ଜାଣିବାକୁ ପାଇଥିଲା, ଯାହାର ପ୍ରତିଷ୍ଠାତା ଥିଲେ ଦୀପକ। ସେ ଗତ ଜୁନ ମାସରେ ଏହି ପରିବାର ନିକଟରେ ପହଞ୍ଚିଥିଲେ ଓ ସେମାନଙ୍କ ଅସହାୟତାକୁ ଆଖିରେ ଦେଖିଥିଲେ। ଯାହା ଦୀପକଙ୍କ ଅନ୍ତରାତ୍ମାକୁ କୋରିପକେଇଥିଲା ଭିତରୁ। ତେଣୁ ସେ ନିଜ ସଂଗଠନର କର୍ମକର୍ତ୍ତାଙ୍କ ସହ ଏହି ପରିବାର ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଅଣ୍ଟାଭିଡିଥିଲେ। ସମସ୍ତେ ନିଜ ନିଜ ସାଧ୍ୟମୁତାବକ ଅର୍ଥ ସଂଗ୍ରହ କରିବା ସହ ଅଞ୍ଚଳର ଲୋକଙ୍କଠାରୁ ମଧ୍ୟ ସାହାଯ୍ୟ ନେଇଥିଲେ।
ଶେଷରେ ଚଳିତ ବର୍ଷର ପ୍ରଥମ ଦିନରେ ଘର ତିଆରି ସାରି ଘରର ଚାବି ମାନସୀଙ୍କ ପରିବାରକୁ ପ୍ରଦାନ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ତଥା ସାମାଜିକ ସୁରକ୍ଷା ଭିନକ୍ଷମ ସଶକ୍ତି କରଣ ଅଧିକାରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀପକଙ୍କୁ ବହୁ ପ୍ରଶଂସା କରିଥିଲେ। ତେବେ ଏହାକୁ ନେଇ ଦୀପକ କହିଥିଲେ, ଜଣେ ଦୁଃଖୀ ବୁଝିପାରେ ଅନ୍ୟଜଣେ ଦୁଃଖୀର ଦୁଃଖ।
ଦୀପକଙ୍କ ଏପରି କାର୍ଯ୍ୟ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟମାନଙ୍କ ବଞ୍ଚିବାର ସାହାରା ହୋଇଥିବାରୁ ତାଙ୍କୁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଉଛି।
Your point of view caught my eye and was very interesting. Thanks. I have a question for you. https://accounts.binance.com/sv/register-person?ref=GQ1JXNRE
Your point of view caught my eye and was very interesting. Thanks. I have a question for you.