ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ର ପ୍ରସ୍ତୁତି

ଆଜିଠୁ ଆରମ୍ଭ ମିଶନ ଅଲିଭ ରିଡ଼ଲେ । କେନ୍ଦ୍ରାପଡ଼ା ଜିଲ୍ଲା ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା କୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ଅତିକ୍ରମକରି ନୀଳ ଜଳରାଶି କୁ ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଅଖିଆଗରେ ରଖି ଗହୀରମଥା କୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ନଭେମ୍ବର ୧ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଲଗାଯାଇଛି । ଏନେଇ ବନବିଭାଗ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ। କଇଁଛମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକ ଡିଭିଜନ ର ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାଶି ରେ ୨ ଟି ସ୍ଥାୟୀ କ୍ୟାମ୍ପ କରାଯାଇଛି ।

ଅପରପକ୍ଷରେ ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ମତ୍ସ୍ୟଜୀବୀ ମାନେ କଡ଼ା କଟକଣା ସତ୍ୱେ ସୁରକ୍ଷା ବଳୟକୁ ଭେଦ କରି ସବୁ ନିୟମ କୁ ଫୁ କରି ନିଷିଦ୍ଧାଞ୍ଚଳ ମଧ୍ୟ ରେ ପ୍ରବେଶ କରି ମାଛମାରିଥାନ୍ତି। ଫଳରେ ଟ୍ରଲର ମାଡ଼ ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛ ମୃତ୍ୟୁବରଣ କରିବା ସହ ବିରଳ ସାମୁଦ୍ରିକ ମାଛ ଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥାନ୍ତି। ବିଗତ ବର୍ଷ ମାନଙ୍କରେ ବନବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବାବେଳେ ଚଳିତବର୍ଷ କିପରି କଇଁଛ ମାନଙ୍କୁ ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ନଭେମ୍ବର ୧ ତାରିଖରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ ସୁରକ୍ଷା ରେ ନିୟୋଜିତ ଥିବା ୨ଟି ସ୍ପିଡି ବୋଟ୍ଟ ମଧ୍ୟରୁ ୧ଟି ଏବେ ସୁଦ୍ଧା ଅଚଳହୋଇ ପଡ଼ିରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ରାଜନଗର ବନବିଭାଗ ବିରଳ ଅଲିଭ ରିଡଲେ କଇଁଛମାନଙ୍କୁ ସୁରକ୍ଷା ଦେବା ରେ କେତେ ସଫଳ ହେଉଛି ତାହା ଦେଖିବାର କଥା ।

Leave a Reply

Your email address will not be published. Required fields are marked *