ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

କେସିଙ୍ଗା ବ୍ଲକ ବୋରିଆ କ୍ଲଷ୍ଟର ବହାଦୁର ପଦର କଲୋନୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଭୋଇ ଙ୍କ ନେତୃତ୍ୱ ରେ ବୁଧବାର ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଉନ୍ନୟନ ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ରେ ପିଲାମାନଙ୍କୁ କିପରି ଭାବେ ଶିକ୍ଷା ର ଗୁଣାତ୍ମକ ବିକାଶ ହୋଇପାରିବ ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି ଏହି ବୈଠକ ରେ ଉକ୍ତ ସ୍କୁଲ ର ଶିକ୍ଷକ ବୃନ୍ଧ ଉପସ୍ଥିତ ଥିବା ଅଭିଭାବକ ଙ୍କୁ ଅବଗତ କରିଥିବା ବେଳେ ସ୍କୁଲ ର ଉନ୍ନୟନ ବିଷୟରେ ଆଲୋଚନା ହୋଇଥିଲା |

ସେହି ଅବସରରେ ସ୍କୁଲ ରେ ଅଭିଭାବକ ଏବଂ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ ହୋଇଥିଲା | ଏଥିରେ କେସିଙ୍ଗା ବନବିଭାଗ ପକ୍ଷରୁ ଟିମ ଲିଡର ହେମନ୍ତ କୁମାର ସାହୁ,ବିକାଶ ଅଧିକାରୀ ଇନ୍ଦ୍ରମଣି ମାଝୀ, ଏବଂ ସାନନ୍ଦ ସାଗର ଉପସ୍ଥିତ ଥିଲେ |ସହ ଶିକ୍ଷକ ଗୌରଚନ୍ଦ୍ର ସୁନା ସଭା ପରିଚାଳନା କରିଥିଲେ | ଏଥିରେ ସହ ଶିକ୍ଷକ ଦିଲ୍ଲିପ କୁମାର ସାହୁ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |