ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

ବରଗଡ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବରଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉଜାରି ରହିଥିବା ବେଳେ, ଛାତ୍ରଭଙ୍ଗ ଦେଉଛନ୍ତି ନିଶା ବେପାରୀ l ଏକ ଗୁପ୍ତ ସୂତ୍ର ରୁ ଖବର ପାଇ ଅବକାରୀ ମୋବାଇଲ୍ ୟୁନିଟ ନିରୀକ୍ଷକ ରଶ୍ମିତା ଲାକ୍ରା ଏବଂ ଗୋକୁଳ ଧର ଙ୍କ ଟିମ୍ ଭଟଲି ଟାଉନ ର ୱାର୍ଡ଼ ନମ୍ବର ୭ ଠାରେ ସଚିନ ପତିକାର (୨୧)ନାମକ ଏକ ବ୍ୟକ୍ତିର ଘରେ ଚଢଉ କରିଥିଲେ ଏବଂ ସେଠାରୁ ୧୧୫ ବୋତଲ କଫ ସିରଫ ଜବତ କରିଛି ଅବକାରୀ ବିଭାଗ l ଏବଂ ଏକ NDPS କେସ ରୁଜୁ କରି ଅଭଯୁକ୍ତ ସଚିନ ପଟିକାର କୁ କୋର୍ଟ ଚାଲାଣ କରାଯାଇଥବା ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ l