ଅପେରା ଯାଜ୍ଞଶନିର ପ୍ରଥମ ଷ୍ଟେଜ ଶୁଭ ଉଦ୍ଘାଟନ

ଏ ବର୍ଷ ଯାତ୍ରା ଜଗତରେ ପୁରା ରାଜ୍ୟରେ ଚହଳ ସୃଷ୍ଟି କରିବାକୁ ଯାଉଛି ଅପେରା ଯାଜ୍ଞଶନି। ଆଜି ଯାଜପୁର ରୋଡ ଚାନ୍ଦମାରେ ଅପେରା ଯାଜ୍ଞଶନିର ପ୍ରଥମ ନାଟକ ଗ୍ୟାଙ୍ଗଷ୍ଟାରର ଶୁଭ ଉଦ୍ଘାଟନ ଓଲିଉଡ଼ ଷ୍ଟାର ତଥା କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ହୋଇ ଯାଇଛି ।

ଓଡ଼ିଶାର କଳା ଓ ସଂସ୍କୃତିକୁ ଏକ ନୂତନ ରୂପ ଦେବାରେ ପ୍ରଚେଷ୍ଟା କରିଛି ଅପେରା ଯାଜ୍ଞଶନି। କଳାକାରଙ୍କ ପାଇଁ ଏହି ଯାତ୍ରା ନୂଆ ନୂଆ ନାଟକରେ ଦର୍ଶକ ମାନଙ୍କୁ ବେସ ଉତ୍ସାହିତ କରୁଛି ବୋଲି ଅପେରା ତରଫରୁ କୁହାଯାଇଛି । ଓଡ଼ିଆ ସିନେ ଦୁନିଆଠାରୁ ଠାରୁ ଆରମ୍ଭ କରି ଯାତ୍ରା ଜଗତରେ କାର୍ଯ୍ୟ କରୁଥିବା କଳାକାର ହିଁ ଓଡ଼ିଆ ସଂସ୍କୃତିକୁ ଏହି କଳା ମାଧ୍ୟମରେ ଆଗକୁ ନେବାକୁ ଚେଷ୍ଟା ଜାରିରଖିବା ସହ ଓଡ଼ିଆ କଳା ସଂସ୍କୃତି ଭିତ୍ତିକ ନାଟକ ପ୍ରସ୍ତୁତି କରି ଓଡ଼ିଶାର ଦର୍ଶକଙ୍କୁ ଏକ ଆଶା ଦେବା ସହ ଯାତ୍ରା ଜଗତକୁ ଆଗକୁ ନେବାକୁ ଅପେରା ପକ୍ଷରୁ ଆହ୍ବାନ ଦିଆଯାଇଛି ।