ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଭଦ୍ରକ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରବିବାର ଦିନ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଭଦ୍ରକ ବିଧାୟକ ସଂଜୀବ୍ ମଲ୍ଲିକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ସମାଜ କଲ୍ୟାଣ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏକ ସୁସ୍ଥ ସୁନ୍ଦର ସମାଜ ଗଢ଼ି ତୋଳିବାରେ ଓ ଜିଲ୍ଲାର ବିକାଶରେ ବରିଷ୍ଠ ନାଗରିକଙ୍କ ଗୁରୁତ୍ଵ ବହୁତ ରହିଛି। ତେଣୁ ଆମ ଘରର ମୁଖିଆମାନଙ୍କ ଜୀବନକୁ ସହଜ ସୁନ୍ଦର କରି ଗଢିତୋଳିବା ସହ ସେମାନଙ୍କୁ ସମ୍ମାନକ ସହ ଜୀବନ ଅତିବାହିତ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେସବୁ ସୁଯୋଗ ସୁବିଧା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା ଓ ଏସବୁର ଲାଭ ଉଠାଇବାକୁ ଅତିଥିଗଣ କହିଥିଲେ।

ଭଦ୍ରକ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସେମାନେ ମଧ୍ୟ ସରକାର ନିକଟରେ ନିଜର କିଛି ଦାବି ଉପସ୍ଥାପନ କରିଥିଲେ, ଯାହା ଉପରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ ଜିଲ୍ଲାର ୧୬ ଜଣ ନାଗରିକଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *