ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା ଚର୍ଚ୍ଚିକା ଙ୍କ ବାର୍ଷିକ ପୂଜା ପାଳିତ ହୋଇ ଯାଇଅଛି. ଦୀର୍ଘ ତେତିଶି ବର୍ଷ ଧରି ଏଠାରେ ହୋଇଆସୁଅଛି ମାଙ୍କ ପୂଜା । ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରିବା ସହ ମା ଙ୍କ କୃପା ଲାଭ କରିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ମା ଙ୍କୁ ,ଯିଏ ଯାହା ମନାସି ଥାଏ ସେ ତାହା ପାଇଥାଏ । ଏହି ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ, ସରପଞ୍ଚ ସସ୍ମିତା ସେଠି, ବିଜେଡି ବ୍ଲକ ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ. ଏହି ଯାତ୍ରା କୁ ସହଯୋଗ କରିଥିଲେ ମା ଚର୍ଚ୍ଚିକା ୟୁଥ କ୍ଲବ

Leave a Reply

Your email address will not be published. Required fields are marked *