ଅଧୁରା ରହିଗଲା ମା’ର ସ୍ଵପ୍ନ

ଆଖି ବୁଜିଲେ ପୀଡ଼ିତା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଆଉ ଜଣେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ କରିଥିଲେ ଯୁକ୍ତଦୁଇ ଛାତ୍ରୀ। ୯୦ ପ୍ରତିଶତ ଜଳି ଯାଇଥିଲା ଶରୀର ତାପରେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ରାଉଲକେଲ ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲର(IGH) ବର୍ଣ୍ଣ ସେଣ୍ଟର କୁ ଚିକିତ୍ସା ପାଇଁ ପଠା ଯାଇଥିଲା।ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ଯାହାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏୟାରଲିଫ୍ଟ ପୂର୍ବରୁ ପୀଡ଼ିତା ଆଖି ବୁଜିଦେଲା

ସୂତ୍ରରୁ ଜଣ ପଡିଛି ଯେ ତାଙ୍କୁ ଜଣେ ଯୁବକ ବ୍ଲାକ ମେଲ କରିଥିଲେ ସେଥିପାଇଁ ପୀଡ଼ିତା ଜଣକ ଗତ ଶନିବାର ରେ କିରୋସିନ ଢଳି ହରେ ନିଆଁ ଲାଗାଇଥିଲେ । ଯୁବକ ଜଣକ ଙ୍କୁ ଗିରଫ କରାଯାଇଥିଲା କିନ୍ତୁ କିଛିବି ଏପର୍ଯ୍ୟନ୍ତ କୌଣସି ତଥ୍ୟ ସମନ୍ନାକୁ ଆସି ନାହିଁ । ସେପଟେ IGH ରେ ପୀଡ଼ିତାଙ୍କ ମୃତଦେହକୁ ଉଠାଇବା ପାଇଁ ୫୦ଲକ୍ଷ୍ୟ ଟଙ୍କାର ଦବି କରିଥିଲେ ପରିବାର ଲୋକ ।